STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ବାଇଶି ମସିହା

ବାଇଶି ମସିହା

1 min
130


ବାଇଶି ମସିହା ଆସିଗଲା ଏଥର

ବାଇଶି ପାହାଚରେ ଗଲେ ଦିଶନ୍ତି କଳା ଠାକୁର

ବାଇଶି ପାହାଚ ରେ ଚଢିଲେ ମିଳିବ ମୁକତି

ବାଇଶି ମସିହା ଭରିଦେଉ ସଭିଙ୍କ ମନେ ଶକତି

ଭକ୍ତ ସାଥେ ମିଶିବାକୁ ବାଇଶି ପାହାଚ ତଳକୁ ଆସନ୍ତି ଠାକୁର

ବାଇଶି ମସିହା ରେ ଉନ୍ନତି କରୁ ଏ ସାରା ସଂସାର

ବାଇଶି ପାହାଚ ରେ ଶ୍ରାଦ୍ଧ କଲେ ପିତୃ ପୁରୁଷ ପାଆନ୍ତି ମୁକ୍ତି

ବାଇଶି ମସିହା ସବୁ ଜୀବନ ରେ ଭରି ଦେଉ ଅମୁଲ୍ୟ ଶାନ୍ତି

ବାଇଶି ପାହାଚ ରେ ଗଲେ ପ୍ରଭୁ ଙ୍କ ମିଳେ ଦର୍ଶନ

ବାଇଶି ମସିହା ପୁର୍ଣ କରୁ ସବୁ ଆଶା ଆଉ ସ୍ୱପ୍ନ

ବାଇଶି ପାହାଚ ରେ ପାଦ ପକାଇଲେ 

ଯାଏ ସବୁ ପାପ

ବାଇଶି ମସିହା ରେ କରିବା ଈଶ୍ୱର ଙ୍କ ନାମ ଜପ

ବାଇଶି ପାହାଚ ରେ ଗଡି ଗଲେ ଯାଏ ସବୁ ଦୁଃଖ

ବାଇଶି ମସିହା ସଭିଙ୍କ ଜୀବନ ରେ ଆଣୁ ଅସୀମ ସୁଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational