STORYMIRROR

samhita jena

Inspirational

3  

samhita jena

Inspirational

ଚିଠି

ଚିଠି

1 min
143

ଅତୀତର ସ୍ମୃତି ମନରୁ ସାଉଁଟି

   ଲେଖୁଛି ଦି ପଦ ଏଠି

କେତେ ଖୁସି ଲାଗେ ଡାକବାଲା ହାତୁ

  ପାଇଲେ ଗୋଟିଏ ଚିଠି। 


କଣ ଲେଖାଥାଏ ଚିଠିରେ କେଜାଣି

  ପଢିଲେ ତ ଜଣା ପଡେ

ନୀଳ ଲଫାପା କି ପୋଷ୍ଟ କାର୍ଡ ଦେଖି

   ଖୁସିରେ ସ୍ପନ୍ଦନ ବଢେ। 


କୁଜି କାଉ ଆସି ଚାଳରେ ରାବିଲେ

   ଆଧାର ଖାଇବା ପାଇଁ

ଆଧାର ଖାଇଲେ କୁଣିଆ କି ଚିଠି

   ଆସିବା ଜଣା ପଡଇ। 


ଭାଇ ବନ୍ଧୁ ଅବା କୁଟୁମ୍ବ ଯିଏ ବି

  ଦୂରେ ବାସ କରୁଥାନ୍ତି

ମନର ଭାବନା ଭଲ ମନ୍ଦ ବାର୍ତ୍ତା

  ଚିଠିରେ ଲେଖି ଜଣାନ୍ତି। 


ବନ୍ଧୁତ୍ୱର ଭାବ ପ୍ରେମର ଆଳାପ

  ଲେଖି ନୀଳ ଲଫାପାରେ

ସେନେହ ଅଠାରେ ମୁଦିଦେଇ ତାକୁ

   ପଠାଇ ଥା'ନ୍ତି ଡାକରେ। 


ମନର ଭାବନା ନୀଳ ଲଫାପାରେ

   ହୁଏ ନାହିଁ ଯେବେ ଲେଖି

ଧଳା କାଗଜ ଓ ମାଟିଆ ଖାମ ଟି

   ଲୋଡ଼ା ହୋଇଥାଏ ସେଠି। 


ଚିଠିର ଉତ୍ତର ଚିଠିରେ ଦେବାକୁ

   ରାତି ରାତି ପାହିଯାଏ

ମନ ଗହନର ଅବ୍ୟକ୍ତ କଥାଟି

   ଚିଠିରେ ପ୍ରକାଶ ପାଏ ।


ଭାବ ଭାଷା ଦେଇ ଲେଖିଛି ମୁଁ ଚିଠି

  ବାନ୍ଧବୀମାନଙ୍କୁ ମୋର

ସେଇ ଅନୁଭୂତି ପାଲଟିଛି ସ୍ମୃତି

  ରୂପା ଜହ୍ନ ଅତୀତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational