Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ଦେଖିଲି କାଲି

ଦେଖିଲି କାଲି

1 min
184


ଦେଖିଲି କାଲି 

ଥୁଣ୍ଟା ଗଛ ଡାଳକୁ ଠେଲି

ଫୁଲଟିଏ ଫୁଟି ହସି ଚାଲିଛି

ପବନରେ ଦୋଳି ଖେଳୁଛି

କହୁଛି  

ଭାବନା ହିଁ ସମ୍ଭାବନା ପ୍ରବୋଧନା ।


ସକାଳ ଆକାଶରେ

ପକ୍ଷୀଦଳେ ଡେଣା ଝାଡି

ଆନନ୍ଦରେ ରାବି ଉଡି

କହୁଛନ୍ତି  

ସ୍ଵାଧୀନ ହିଁ ସର୍ବାଙ୍ଗୀନ ଉଡାଣ ।


ପାତଳ କୁହୁଡିରେ

କ୍ଷୀରବାଲା ଆସୁଛି ଗୁଣୁଗୁଣେଇ

ବାପି ଲାହିରୀ ଦାଦାଙ୍କ ଦେହାନ୍ତେ ଗାଇ

କହୁଛି  

ମରଣ ହିଁ ପ୍ରଭୁ ସ୍ମରଣ ସରଣ ।


ସକାଳ ଭ୍ରମଣ

ଋତୁରାଜ ବସନ୍ତର ଆଗମନ

ଲାଜେଇ ଶୀତର ପ୍ରଭାବ ଶୂନ୍ୟ

ଲାଗୁଛି 

ଅତିକ୍ରମଣ ହିଁ ପରିସରଣ ଋତୁରମଣ ।


ଆମ୍ବ ଗଛରେ 

ଡ଼ାଳେ ଡ଼ାଳେ ବଉଳ କଅଁଳିଛି

କରେ।ନା ଭୟରେ ଡରି ଯାଇଛି ବୋଧେ

କହୁଛି  

ମହାମାରି ହିଁ ସୁକୁମାରୀ ଖ୍ୟାତିମାରୀ ।


ମାଙ୍କଡ ପଲେ

ଛାତ ଉପରୁ ଡେଇଁଲେ ଗଛକୁ

କଅଁଳ ପତ୍ରକୁ ପାକୁଳେଇ ଡେଉଁ ଆଗକୁ

କହୁଛନ୍ତି  

ପେଟ ହିଁ ସର୍ବମୋଟ ପ୍ରଭାତଭେଟ ।


କଦଳୀ ଗଛ ପାଟିଆ

ସଗର୍ବେ ଠିଆ 

ବିସ୍ତାରୀ ବାହୁଙ୍ଗା ହିଆ

ଭଣ୍ଡା ପଡିଛି ନୂଆ

କହୁଛି ସଫଳତା ହିଁ ବାସ୍ତବତା ସାର୍ଥକତା ।


ମନେ ପଡିଲା ଜେଜେଙ୍କ କଥା

ସକାଳୁ ବୁଲା ସ୍ୱାସ୍ଥ୍ୟ ସଂହିତା

ପ୍ରକୃତି ସହିତ ଆସ୍ତୀୟତା ମିତ୍ରତା

ତରୁ ତୃଣ ସାଥେ ନିବଡ଼ ବନ୍ଧୁତା

ପଶୁ ପକ୍ଷୀ ସଂଗେ ଆନ୍ତରିକତା

ସର୍ବୋପରି ବୁଝିପାରିଲି !

ବସୁଧା ପ୍ରକୃତି ମଣିଷର ନିବିଡ଼ତା 

ଶାନ୍ତି ମୈତ୍ରୀ ପ୍ରଗତିର ଅଙ୍ଗବଦ୍ଧତା ।



Rate this content
Log in