STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଚୟନ

ଚୟନ

1 min
163


କିଏ ବେଶୀ ଭଲ କିଏ ସେ କଅମ

କିଏ ସବୁଠୁ ଉତ୍ତମ

ଆପଣା ବିଚାର ବୁଦ୍ଧି ଅନୁସାରେ

କରଇ ବ୍ୟକ୍ତି ଚୟନ ।


ଖଳ ପ୍ରକୃତିର କିଛି ଦୁଷ୍ଟ ଲୋକ

ନ ଥାଇ ଗୁଣ ଗରିମା

ଦେଖାଇ ଥାଆନ୍ତି ମିଥ୍ୟା ପ୍ରଲୋଭନ

ଛଳବଳ ପ୍ରବଞ୍ଚନା ।


ଅର୍ଥ ବାହୁବଳ କୁଟକପଟରେ

କ୍ଷମତା ପଦପଦବୀ

ହାସଲ କରନ୍ତି ଆପଣାର ସ୍ୱ।ର୍ଥ

ନାମମାତ୍ର ଜନସେବୀ ।


ହେଉ ନାହିଁ କର୍ମ ଉତ୍କର୍ଷ ଉତ୍କୃଷ୍ଟ

ମୂଲ୍ୟବୋଧ ଅବକ୍ଷୟ

ଚୟନର ଲକ୍ଷ୍ୟ ହୁଏ ନିମ୍ନମୁଖୀ

ଜନମତ ନିରୂପାୟ ।


ବିବେକାନୁମୋଦିତ ନ୍ୟାୟ ପ୍ରଶାସନ

ସମୁନ୍ନତ ସର୍ବେକ୍ଷଣ

ଜାଗ୍ରତ ଜନତା ଚୟନ ପଦ୍ଧତି 

ଉତ୍କର୍ଷୁ ଉତ୍କୃଷ୍ଟ ଗୁଣ ।


ବେଳଥାଉ ଆସ ହୋଇବା ସତର୍କ

ସମୟ ଦିଏ ଆହ୍ୱାନ

 ଉତ୍ତମ ଚୟନେ କରିବା ବରଣ

ସର୍ବୋତ୍କୃଷ୍ଟ ସର୍ବୋତ୍ତମ ।



Rate this content
Log in

Similar oriya poem from Inspirational