Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manasi Sethi

Inspirational

4.7  

Manasi Sethi

Inspirational

କ୍ରମଶେ...ଅନ୍ତିମ ଯାତ୍ରା

କ୍ରମଶେ...ଅନ୍ତିମ ଯାତ୍ରା

1 min
397


ପିତାମାତାଙ୍କଠୁ ଜନମ ହୋଇଣ

କ୍ରମଶେ କରିଲି ଗତି

ଶିଶୁରୁ ଶୈଶବ କିପରି ବଢ଼ିଲି

ମନରେ ନ ଥିଲା ଭୀତି ।୧।

ଜୀବନ ପଥରେ ପଥିକ ସାଜିଛି

ଚାଲୁଛି ରଖି ବିଶ୍ୱାସ

ବାଧାବିଘ୍ନ ସବୁ କରି ଅତିକ୍ରାନ୍ତ

ଜୀବନ ଚାଲେ କ୍ରମଶଃ ।୨।

ଜୀବନ ଯାତ୍ରାରେ କରୁଛି ସମୀକ୍ଷା

ଦେଉଛି କେତେ ପରୀକ୍ଷା

କ୍ରମଶଃ ସମସ୍ୟା କେତେ ଯେ ଆସୁଛି 

ଚାଲିଯାଏ ଦେଇ ଶିକ୍ଷା ।୩।

ଜୀବନର ଲକ୍ଷ୍ୟ ରହିଥାଏ ଗୁପ୍ତ

ଅଜଣା ପଥିକ ମୁହିଁ

କ୍ରମଶଃ ଚାଲୁଛି ନ ପଡୁଛି ଥକି

ପଥ ଚାଲେ ଚାହିଁ ଚାହିଁ ।୪।

ଚାଲୁଛି ଚାଲିବି ବାଟ ଅସରନ୍ତି

ଛାଡ଼ିନାହିଁ ମୋର ସ୍ବପ୍ନ

କେତେ ଯନ୍ତ୍ରଣା ମୁଁ ଆଦରେ କ୍ରମଶଃ 

ପାଖରେ ଦେଖି ବିପନ୍ନ ।୫।

ପ୍ରତି ଦିନ ମୁହିଁ ଯାତ୍ରାରେ ଯାଉଛି

ଯାତ୍ରାକୁ କରିଛି ଘର

ଲକ୍ଷ୍ୟ ବିହୁନରେ ଯାତ୍ରାଟା କରୁଛି

ନାହିଁ କେ ପାଶେ ନିଜର ।୬।

ବର୍ଷ ପରେ ବର୍ଷ ଯାତ୍ରା କରୁଥିବି

ପ୍ରତିବନ୍ଧ ହେବ ଯାତ୍ରା 

କ୍ରମଶଃ ଜୀବନ ସେଥିରେ ହଜିବ 

କ୍ରମଶେ ଅନ୍ତିମ ଯାତ୍ରା ।୭।


Rate this content
Log in

Similar oriya poem from Inspirational