ସଂନ୍ଧ୍ଯା ଆଳତୀ
ସଂନ୍ଧ୍ଯା ଆଳତୀ
ଦିନଯାକ ତ ଗଲାଣି ମୋର
ସଂସାର ସଉଦା କରି
ଜୀବନ ସଂନ୍ଧ୍ୟା ଆସିଲା ଦେଖ
ନଜାଣେ ସଂନ୍ଧ୍ୟା ଆଳତି ।
ବାଟେ ଅବାଟେ ଭଲମନ୍ଦରେ
ଦିନ ମୋ ଗଲା ବିତି
ଜାଣିଲି ଯେବେ ତୁମକୁ ପ୍ରଭୁ
କରିବି ସଂନ୍ଧ୍ୟା ଆଳତି ।
ଧୃତରାଷ୍ଟ୍ର ମୁଁ ଧର୍ମ ଅଧର୍ମ
ପାରିଲି ନାହିଁ ଜାଣି
ଖଳଶକୁନି ଖେଳେ ମୋ ସାଥେ
ପ୍ରଭୁପ୍ରେମ ଗଲି ଭୂଲି ।
ବିଷୟାରସେ ମନ ମୋ ମଗ୍ନ
ସଂସାରରେ ପଥ ହୁଡି
ଭୂଲିଲି ପ୍ରଭୁ ମୁଁ ଅଧମ
ମାୟା ସଂସାରରେ ପଡି ।
ଏବେ ଜାଣିଲି ଆଖି ଖୋଲିଲା
ତୁମେ ହିଁ ଚିରସତ୍ୟ
ଘେନ ମୋ ଭକ୍ତି ଦିଅ ହେ ମୁକ୍ତି
ଜନ୍ମମୃତ୍ୟୁ ଜୀବଚକ୍ର ।
ଜାଣେନା ଭାବ ଜାଣେନା ପୂଜା
କିପରି କୁହ ଡାକିବି
ମୋ ପାପପୂଣ୍ୟ ତୁମ ଚରଣେ
ଘେନ ମୋ ସଂନ୍ଧ୍ୟା ଆଳତି।
