STORYMIRROR

Anil kumar Pradhan

Inspirational

3  

Anil kumar Pradhan

Inspirational

ସତେ ଆମେ କେଡ଼େ ଭୀରୁ

ସତେ ଆମେ କେଡ଼େ ଭୀରୁ

1 min
358

ଜାତି-ଧର୍ମ-ବର୍ଣ୍ଣ ତେଜି ଆମେ ଆଜି 

ସ୍ୱର୍ଣ୍ଣିମ ଓଡିଶା ଦେଶେ 

ପୁଣ୍ୟ ପୁରୀଧାମେ ଜଗତର ନାଥ

ବସାଇ ପବିତ୍ର ବେଶେ 

କାଙ୍ଗାଳ ନିତି ଧରୁ 

ସାହସୀ ଓଡ଼ିଆ କହିବାକୁ ଲାଜ 

ସତେ ଆମେ କେଡ଼େ ଭିରୁ llକ ll


ସତ୍ୟ-ଶାନ୍ତି-ଦୟା-କ୍ଷମାଦି ପାସୋରି 

ହିଂସାରେ ଅଣ୍ଟାକୁ ଭିଡ଼ି 

ଅହିଂସାର ମନ୍ତ୍ର ମନରୁ ତେଜିକି 

ଦୁର୍ନିତିରେ ଯାଉ ମାଡ଼ି 

ଗଧର ପାଦ ଧରୁ 

ସତ୍ୟର ପୂଜାରୀ କହିବାକୁ ଲାଜ 

ସତେ ଆମେ କେଡ଼େ ଭିରୁ llଖ ll


ମାଉସୀ ବଞ୍ଚାଇ ମାଆ ମାରିଦେଉ 

ଇଂରାଜୀରେ ମାତାମାତି 

ଜୀବନ ଜଞ୍ଜାଳ ଜଳାଉ ଏଦେଶେ 

ବଞ୍ଚୁଥାଉ ମୁଣ୍ଡ ପୋତି 

ଓଡ଼ିଆ ଆଶା ମାରୁ 

ଗରବେ ଓଡ଼ିଆ କହିବାକୁ ଲାଜ 

ସତେ ଆମେ କେଡ଼େ ଭୀରୁ llଗ ll


ଓଡ଼ିଆ ସଂସ୍କୃତି -ସଭ୍ୟତା ଜଳାଇ

ପାଶ୍ଚାତ୍ୟର ହାତଧରୁ 

ପୂରୁବ ଗୌରବ ପୂରୁବ ମହିମା 

ନିତି ନିତି ଖର୍ବକରୁ 

ଖଣ୍ଡି ଇଂରାଜୀ ମାରୁ 

ପୂଣ୍ୟର ଓଡ଼ିଆ କହିବାକୁ ଲାଜ 

ସତେ ଆମେ କେଡ଼େ ଭିରୁ llଘ ll


କଳା-କୀର୍ତ୍ତି-କାରୁ ଚଳଣି ଛାଡିକି 

କୂପମଣ୍ଡୁକକୁ ଧରୁ  

ଜନମ ମରଣ ଯେଦେଶେ ରହିଲୁ

ତାକୁ ନିନ୍ଦା ସଦା କରୁ 

ଜୀବନ ନିତି ହାରୁ 

ଓଡ଼ିଆ ଭାବିକି ମଥା ନଟେକିଲେ

ସତେ ଆମେ କେଡ଼େ ଭିରୁ llଙll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational