STORYMIRROR

baishnaba meher

Inspirational

3  

baishnaba meher

Inspirational

ଆକଟ

ଆକଟ

1 min
281

ଉଡିବାକୁ ଦିଅ ମତେ ମୁକ୍ତ ଆକାଶରେ 

ଶାମୁକା ଭିତରେ ରଖ ନା ମତେ 

ଦିପ୍ତୀମୟୀ ମୋତି ଟିଏ ହେବା ପାଇଁ 

ଏତିକି ଧୈର୍ଯ୍ୟ ନାହିଁ ମୋ ପାଖେ। 


ମୋ ଅନ୍ତର୍ନିହିତ ପ୍ରତ୍ୟାଶାର ଆତ୍ମାହୁତି ପାଇଁ...

ବାଧ୍ୟ କର ନାହିଁ ପ୍ରତିଦିନ ମତେ 

ପ୍ରଜ୍ୱଳିତ କର ନାହିଁ ଅର୍ଧ-ଦଗ୍ଧ ବହ୍ନିକୁ 

ଜଳିବାକୁ ଦିଅ ତାକୁ ମନ ଭିତରେ। 


ନରାଧମ ହେବାକୁ ଦିଅ ନାହିଁ ମୋତେ 

ମିଥ୍ୟା କଳଙ୍କକୁ ଆଉ ସହି ହଉନି 

ଆଶାର ଆଲୋକ ଦେଖାଅ ତୁମେ ମୋତେ 

ଆଖି ଥାଇ ଗାନ୍ଧାରୀ ହେବାକୁ ଦିଅନି । 


କେମିତି କହିବି ନିରବ କାହିଁକି ମୁଁ 

ଆକଟରେ ମୋ ଶ୍ୱାସ ରୁଦ୍ଧ ହଉଛି 

ବିସ୍ତାରିତ ପୃଥିବୀରେ ଶ୍ୱାସ ନେବାକୁ ଦିଅ 

ମିଥ୍ୟା ଶିକୁଳିରେ ମୁଁ ଛନ୍ଦି ଯାଇଛି । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational