ଭାଗଶେଷ
ଭାଗଶେଷ
ହେ ସମୟ
କେହି ଯଦି ଖସି ପଳାୟନ
କରିବାକୁ ଚେଷ୍ଟା କରେ
ତୋ ପଞ୍ଝାରୁ
ଯାଇ ପାରେନା,
ନାହିଁ ସୀମା ଅସୀମ
ତୋର କାୟା
ଏନ୍ତୁଡ଼ିରୁ ଜୁଇ
ଧରାରୁ ଆକାଶ
ଅନ୍ତରରୁ ଅନ୍ତରୀକ୍ଷ
କିଏ ବା କଳନା କରିଛି
ତୁମର ବିସ୍ତୃତି
ତୁମେ ପରା ସର୍ବବ୍ୟାପୀ
ବୁଢିଆଣୀ ଜାଲ
ବିଛେଇବା ଭଳି
ଜାହିର ତୁମର
ସବୁ ସ୍ଥାନରେ ଉପସ୍ଥିତି
ହେଉ ଶୈଶବ, ଯଉବନ
ଅବା ଜରାଜୀର୍ଣ୍ଣ
ହୋଇ ଥାଉ ପୁଣି
ଫୁଲ କି ଭଅଁର
ପ୍ରତି କ୍ଷଣରେ ଜଳି ଜଳି
ତୋର ଚକ୍ରବ୍ୟୁହରେ ପଡ଼ି
ନେବାକୁ ହୁଏ
ଆଶ୍ରୟ ମାଟିର
କର୍ମବଳେ କିଏ ସେ କେମିତି
ଛାଡିଯାଏ ସ୍ମୃତି ର ଛାପ
ମନେ ରଖେ ସମାଜ
ଲୀଳା ଖେଳା
ସବୁଠାରେ ତୋର
ଖାଲି ଅଭିନୟ ଚାଲେ ଏଠି
ସତ୍ୟ ଧର୍ମ ନ୍ୟାୟ ପ୍ରତିଷ୍ଠାର
ଜୀବନର ଅଙ୍କ କଷେ
ଲେଉଟାଇ ଫର୍ଦ୍ଦ ପରେ ଫର୍ଦ୍ଦ
ମୁଁ ଯେ ଏକ ଅଛିଣ୍ଡା ଭାଜ୍ୟ
ମିଳେନାହିଁ ଉତ୍ତମ ଭାଜକ
ମିଳେ ନାହିଁ ପୂର୍ଣ୍ଣ ଭାଗଫଳ
ଅବଶେଷେ ରହିଯାଏ
ଭାଗଶେଷ ।