ପ୍ରଭୁ ନିଆଳି ମାଧବ
ପ୍ରଭୁ ନିଆଳି ମାଧବ


କୁଳୁ କୁଳୁ ନାଦେ କଳ ନିନାଦିନି
ପ୍ରାଚୀ ବହେ ଉତ୍କଳରେ l
ପ୍ରାଚୀ ସରସ୍ୱତୀ ତା କୂଳେ ବସତି
ପ୍ରଭୁ ମାଧବ ଗ୍ରାମରେ ll
କେଉଁ କାଳୁ ପ୍ରଭୁ ବିଜେ କରିଛନ୍ତି
ନିଆଳି ମାଧବ ହରି l
କବି ଜୟଦେବ ଶ୍ରୀଗୀତଗୋବିନ୍ଦ
ରଚିଲେ ବନ୍ଦନା କରି ll
କବି ଶ୍ରୀଶାରଳା ବର୍ଣ୍ଣିଗଲେ ଲୀଳା
ମହାଭାରତ ଗ୍ରନ୍ଥରେ l
ଏରଣ୍ଡକ ଦୈତ୍ୟ ଏହିଠାରେ ହତ
ହେଲା ଭୀମଙ୍କ ହସ୍ତରେ ll
ଦୈତ୍ୟଠୁଁ ଉଦ୍ଧାରି ମାଧବ ପୂଜିଲେ
ଧର୍ମରାଜ ଯୁଧିଷ୍ଠିରେ l
ସାଧବେ ବୋଲନ୍ତି ମାଧବ ମାଧବ
ଜୟ ଜଗଦୀଶ ହରେ ll
କବି ଜୟଦେବ ମାଧବେ ପୂଜିଲେ
<p> ରହିଅଛି ପୁଣ୍ୟ ଗାଥା l
ଛଦ୍ମରୂପେ ଆସି ପାଦ ପୁରାଇଲେ
ସ୍ମର ଗରଳ ସେ କଥା ll
ପୁଣ୍ୟ ପ୍ରାଚୀକୂଳେ ବିଜୟ ଉତ୍କଳେ
ପ୍ରଭୁଙ୍କ ଲୀଳା ଅନନ୍ତ l
ଅବ୍ୟକ୍ତ, ଅଚିନ୍ତ୍ୟ, ମହାବିଷ୍ଣୁ ପ୍ରଭୋ
ପୁଣ୍ୟ ତାଙ୍କ ଲୀଳାମୃତ ll
ନୀଳାଚଳ ଧାମେ ବିଜେ ମହାପ୍ରଭୁ
ଜଗତ ଜୀବନ ହରି l
ମାମୁଁପଣେ ତାଙ୍କୁ ପ୍ରଥମାଷ୍ଟମୀରେ
ମାଧବ ଯାଆନ୍ତି ବରି ll
ଅଷ୍ଟେଇଁ ବନ୍ଧୁଙ୍କ ପଢ଼ୁଆଁ ବେଭାର
ଭକ୍ତ ଧାଡ଼ି କ୍ଷେତ୍ରବରେ l
ନିଆଳି ମାଧବ ଲୀଳା କେ ବର୍ଣ୍ଣିବ
ଜୟ ଜଗଦୀଶ ହରେ l
ଜୟ ଜଗଦୀଶ ହରେ ll