STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ବଡ଼ଝିଅର ଶୁଭ ଜନ୍ମଦିନ

ବଡ଼ଝିଅର ଶୁଭ ଜନ୍ମଦିନ

1 min
358


ଶୁଭମୟ ହେଉ ଜୀବନେ ତାହର

ଆଜି ଜନ୍ମଦିନ ତାର 

ଆଶିର୍ବାଦ ସବୁ ବାବୁର ତାହାରେ

ତାର ଜନ୍ମଦିନେ ମୋର।୧।


ସବୁ ସୁଖ ମିଳୁ ଗୃହସ୍ଥ ଜୀବନେ

ମନୋବାଞ୍ଚା ହେଉ ପୂର୍ଣ୍ଣ 

ରହୁ ବାଟ ତାର ସତ୍ୟର ପଥରେ

ରହୁ ଧର୍ମ ମାର୍ଗେ ପୁଣ।୨।


ନହୁ ବିଚଳିତ କର୍ତ୍ତବ୍ୟ ପଥରେ

ମନେ ରହୁ ସେବାଭାବ 

ରହୁ ଭକ୍ତିଭାବ ଶାଶୁ ଶଶୁରଙ୍କୁ 

ବଡ଼ ପ୍ରତି ଭକ୍ତି ଭାବ


ଉଜ୍ଜ୍ୱଳ ଭବିଷ୍ୟ ଜୀବନରେ ତାର

ଆଶିର୍ବାଦ ମୋର ତାରେ 

ଜୀବନେ ଯାତ୍ରାରେ ସ୍ୱାମୀ ଭକ୍ତିଭାବ

ସମଭାବ ପରିବାରେ।୪।


ପଥ ରହୁ ତାର ଧର୍ମର ପଥରେ

ଜଗନ୍ନାଥ ଭକ୍ତି ରହୁ 

ହେଉ ପ୍ରଭୁ ଭକ୍ତି ଜୀବନେ ଚନ୍ଦନ

ସେବା ଭାବ ନିତ୍ୟେ ରହୁ।୫।


ପିତୃମାତୃଙ୍କର ଶୁଭକାମନଟି

ଶୁଭମୟ ହେଉ ପଥ 

କଲ୍ୟାଣ କରନ୍ତୁ ଜଗତ ଠାକୁର

ହେଉଟି ସୁଗମ ପଥ।୬।


ସବୁ ବୈଭବରେ ପୂର୍ଣ୍ଣ ହେଉ ଗୃହ

ନରହୁ ନିଅଁଟ କିଛି 

ପୂରଣ କରିବେ ପ୍ରଭୁ ଜଗନ୍ନାଥ

ମନରେ ଭରଷା ଅଛି।୭।


ଖୁସି ଆନନ୍ଦରେ ରହୁ ତାର ଗୃହ

ମନୋବାଞ୍ଚା ଏହୁ ମୋର 

ତାହରି ଖୁସିରେ ପିତୃମାତୃ ଖୁସି

ଆଶିର୍ବାଦଟି ଆମର।୮।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

ଜନ୍ମଦିନେ ଆଜି ତାର 

ସବୁ ମନବାଞ୍ଚା ପୂରଣଟି ହେଉ

ସୁଖି ରହୁ ତା ସଂସାର।୯।


ଶୁଭମୟ ହେଉ ଜୀବନେ ତାହାର

ଆଜି ଜନ୍ମଦିନ ତାର 

ଆଶିର୍ବାଦ ସବୁ ବାବୁର ତାହାରେ

ତାର ଜନ୍ମଦିନେ ମୋର ।୧୦।



Rate this content
Log in