Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ଯାତ୍ରା

ଯାତ୍ରା

1 min
299


ଏକ ସ୍ଥାନୁ ଅନ୍ୟ ସ୍ଥାନକୁ ଗଲେ ଯାତ୍ରା ବୋଲାଇ

ଦୂର ସ୍ଥାନ ଯାତ୍ରା ପାଇଁକି ଯାନ ଲୋଡ଼ାଟି ଭାଇ |

ସ୍ଥଳପଥ ଜଳପଥରେ ଶୂନ୍ୟେ ମହାକାଶରେ

ଯାତାୟାତ କରେ ମାନବ ଆଜି ଅନାୟାସରେ |

ଆଗେ ପଦ ଯାତ୍ରା ଅଥବା ଅଶ୍ୱ ଗଜ ପୃଷ୍ଠରେ 

ଯାଉଥିଲେ ଦୂର ସ୍ଥାନକୁ ଶକଟରେ ରଥରେ |

ବିଜ୍ଞାନ ବଳରେ ମଣିଷ ଗଢ଼ି ଯାନ୍ତ୍ରିକ ଯାନ

ପକ୍କା ରାସ୍ତାଘାଟ ସର୍ବତ୍ର କରିଦେଲା ନିର୍ମାଣ |

ଦ୍ରୁତଗାମୀ ରେଳ ଗଡ଼ିଲା ଖରେ ରେଳପଥରେ

ବାଇକ କାର ଵଅସ ଟ୍ରକ ରାଜପଥରେ |

ଜଳପଥେ ନାଵ ବଦଳେ ଯନ୍ତ୍ର ଲଞ୍ଚ ଘର୍ଘର 

ସାଗରେ ବୋଇତ ବଦଳେ ଜାହାଜକୁ ଷ୍ଟିମର |

ବ୍ୟୋମେ ବ୍ୟୋମଯାନ ଉଡିଲା ଯାତାୟାତ ନିମିତ୍ତ

ଉପଗ୍ରହମାନ ନିର୍ମାଣି ଚନ୍ଦ୍ର ମଙ୍ଗଳେ ସ୍ଥିତ |

ଗମନାଗମନ ପରିବହନ ହେଲା ସହଜ

ସଂକୁଚିତ ହେଲା ବିଶାଳ ବିଶ୍ୱ ମନରେ ହେଜ |

କର୍ମମୁଖର ଏ ଜୀବନେ ଯାତ୍ରା ସୁପ୍ରୟୋଜନ

ଯାତ୍ରା ବିନା ସ୍ଥାଣୁ ଘସରା ମନ ଲାଗେ ବିଷର୍ଣ୍ଣ |

ବର୍ଷକେ ଅନ୍ତତଃ ଥରଟେ କର ପରିଭ୍ରମଣ

ତୀର୍ଥ ପର୍ଯ୍ୟଟନ ନୂତନ ସ୍ଥାନ ପରିଦର୍ଶନ |



Rate this content
Log in

Similar oriya poem from Inspirational