ତୋ ସରି
ତୋ ସରି

1 min

381
ଶୁଭ ସକାଳର ଶୁଭେଚ୍ଛା ମୋର
ବିଶ୍ବ ବ୍ରହ୍ମାଣ୍ଡର ତୁ ମୂଳ ଆଧାର ।
ନାରୀ ଅବଳା ଦୁର୍ବଳା ନୁହଇଁ
ସେ ବି ଆକାଶ ପାରିବ ଛୁଇଁ ।
ହିମାଳୟ ଅବା ତା ପାଇଁ କିସ
ଚନ୍ଦ୍ରରେ କରି ପାରେ ସେ ବାସ ।
ଦେଉ ଏ ସନ୍ଦେଶ ସବୁରି ପ୍ରାଣେ
କେତେ ଦିନ ନାରୀ ଥିବ ଘର କୋଣେ ।
ଏସାରା ଆକାଶ ତୋହରି ପାଇଁ
ଅନେଇଁ ରହିଛି ନେବ କୋଳେଇ ।
ମନେ ଭରି ଅପ୍ରତିତମ ସ୍ୱପନ
ତଲ୍ଲୀନ ହୋଇ ହୁଅ ତୁ ମଗନ ।
ସୁନାର ଆତ ଓ ସୁନା ହରିଣ
ମିଳିବ ନିଶ୍ଚେ ଦୃଢ଼ କଲେ ମନ ।
ତୁ ନୋହୁଁ ନାରୀ ବ୍ୟକ୍ତି ସତ୍ତାଟିଏ
ଅନ୍ଧାରୀ ମୂଲକ ଡିବିରି ପରାଏ ।
ତୋର ଜୟ ଗୀତି ଦୁନିଆଁ ଗାଏ
ତୋ ସରି ଆଉ ହେବ ବା କିଏ ।