Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Prusty

Inspirational

3  

Chittaranjan Prusty

Inspirational

ମାତୃଭାଷା

ମାତୃଭାଷା

1 min
153


ଓଡିଶା ଆମର ବୀର ମାତୃଭୂମି

  ଓଡ଼ିଆ ଆମର ଭାଷା

ମାତୃଭାଷା ଆମ ହୃଦୟ ସ୍ପନ୍ଦନ

  କୋଟି ଓଡ଼ିଆର ଆଶା ।


ଆମେରେ ଓଡ଼ିଆ ସବୁଠୁ ବଢିଆ

  ଓଡ଼ିଆ ଆମର ଭାଷା

ମାତୃଭାଷା ପ୍ରେମ ମାତୃଭାଷା ପ୍ରୀତି

  ଦେଖାଇବ ନୂଆ ଆଶା ।


ମାତୃଭୂମି ମାତୃଭାଷାର ମମତା

 ଝରାଇବା ହୃଦେ ନିତି

ଭାଷା ର ଉନ୍ନତି କରିବା ସଭିଏଁ

  ବଢିବ ଆଗକୁ ଜାତି ।


ଓଡ଼ିଆ ଜାତିର ମାନ ସନମାନ

  ଓଡ଼ିଶାର ଯଶ କୀର୍ତ୍ତି

ଓଡ଼ିଆ ଭାଷାର ଉନ୍ନତି କରିଲେ

  ଫେରିବ ପୂର୍ବ ସଂସ୍କୃତି ।


ସାରଳା ଦାସଙ୍କ ଲେଖନୀ ନିଃସୃତ

  ଓଡ଼ିଆ ମହାଭାରତ

ଓଡ଼ିଆ ଜାତିର କଳା ସଂସ୍କୃତିକୁ

  ଜାଣିଲା ସାରା ଜଗତ ।


ଓଡ଼ିଆ ଭାଷାର କଳା କୋଣାରକ

  ଭାଗବତ ରାମାୟଣ

ଓଡିଶା ମାଟିରେ ଓଡ଼ିଆ ଜାତିର

  ପିଣ୍ଡେ ଭରିଦେଲା ପ୍ରାଣ ।


ଭାଷା ମଧ୍ୟେ ସାର ଅଟେ ମାତୃଭାଷା

  ସଂସ୍କୃତିର ଗନ୍ତାଘର

ମାତୃଭାଷା ଆମ ହୃଦୟର ଭାଷା

  ନାହିଁ ତାର ପଟାନ୍ତର ।


ସଭିଏଁ ଆଜି ଆମେ ଶପଥ ନେବା

  କରିବା ଭାଷା ଉନ୍ନତି

ବିଶ୍ଵ ଦରବାରେ ଓଡ଼ିଆ ଭାଷାର

  ବଢାଇବା ଯଶକୀର୍ତ୍ତି



Rate this content
Log in

Similar oriya poem from Inspirational