ଶୁଭ ଦୀପାବଳୀ
ଶୁଭ ଦୀପାବଳୀ
ପୟା ଅମାବାସ୍ୟା ପୂଣ୍ୟ କାର୍ତ୍ତିକରେ
ଆସିଥାଏ ଦୀପାବଳୀ
ଆଲୋକିତ ହୁଏ ଏ ମହୀମଣ୍ଡଳ
ଆଲୋକର ଦୀପ ଜଳି ।
ପ୍ରଭୁ ରାମଚନ୍ଦ୍ର ବନବାସ ସାରି
ଫେରିଲେ ଅଯୋଧ୍ୟା ପୁର
ପ୍ରଦୀପ ଜାଳିଣ ସ୍ୱାଗତ କରିଲେ
ଉଜ୍ଜ୍ୱଳ ହେଲା ନଗର ।
ଡାକିବା ଆମେ ଯେ ବଡ଼ବଡୁଆଙ୍କୁ
କାଉଁରିଆ କାଠି ଜାଳି
ସାହା ହେବେ ନିଶ୍ଚୟ ପିତୃପୁରୁଷ
ବିପଦ ଯିବ ତ ଟଳି ।
ଜୀବନ ଦୀପରେ ହୃଦୟ ସଳିତା
ଜଳୁଥାଉ ଅବିରତ
ଦୂର ହେଉ ମନୁ ଗର୍ବ ଅଂହକାର
ପଥ ହେଉ ଆଲୋକିତ ।
ଆତସବାଜିର ପର୍ବ ନୁହଁ ଇଏ
ଆଲୋକର ଦୀପାବଳୀ
ବାଣଫୁଟା ଠାରୁ ଦୂରେଇ ରହିବା
ଜାଳିବା ମାଟି ଦୀପାଳି ।
ତୁହି ମାଆ ଶିବାନୀ ତୁହି ମାଆ ଭବାନୀ
ତୁହି ମାୟା ମହାକାଳୀ
ତୋ କରୁଣା ବାରି ବରଷି ଯାଉ ମାଆ
ଦୁଃଖ କ୍ଳେଶ ଯାଉ ଜଳି ।
ଆଲୋକ ପର୍ବରେ ଶୁଭ ଅବସରେ
ଏତିକି ମିନତି ମୋର
କରୋନା ରାକ୍ଷସକୁ ବଦ୍ଧ କରି ମାଆ
ସଭିଙ୍କର ଦୁଃଖ ହର ।