ସଂସ୍କାର
ସଂସ୍କାର
ଓଡ଼ିଆ ସଂସ୍କୃତି ଓଡ଼ିଆ ସଂସ୍କାର
ସବୁଠୁ ଅଟଇ ଶ୍ରେଷ୍ଠ
ପୂର୍ବ ସଂସ୍କୃତିକୁ ଭୁଲିଯାଇ ଆମେ
ହେଉଅଛେ ପଥଭ୍ରଷ୍ଟ ।
ପାଶ୍ଚାତ୍ୟ ସଂସ୍କୃତି ପଥେ ପଥଚାରୀ
ଭୁଲି ନିଜର ସଂସ୍କୃତି
ଵିପଥଗାମୀ ଏ ମନୁଷ୍ୟ ସମାଜ
କରୁଅଛି ଅପକୀର୍ତ୍ତି ।
ଆଧୁନିକତାର ଦ୍ୱାହିଦେଇ ଆମେ
କରୁଅଛେ ଅପକର୍ମ
ଅଜ୍ଞାନ ମଣିଷ ସ୍ୱାର୍ଥପର ଆଜି
ଭୁଲିଛି ମାନବ ଧର୍ମ ।
ଧନ ଦଉଲତ ନୁହେଁ ଚିରସ୍ଥାୟୀ
ଦିଏସେ କ୍ଷଣିକ ସୁଖ
ଗର୍ଵ ଅହଂକାର ଲୋଭ ମୋହ ମାୟା
ମନେ ଆଣିଦିଏ ଦୁଃଖ ।
ସଂସ୍କାରୀ ମଣିଷ ସମାଜେ ପୂଜିତ
ଅର୍ଜିଥାଏ ଯଶକୀର୍ତ୍ତି
ସେହି ଯଶକୀର୍ତ୍ତି କୋଟିନିଧି ସମ
ବଢ଼ାଏ ନିଜର ଖ୍ୟାତି ।
ଗୁରୁ ଗୁରୁଜନ ବନ୍ଧୁ ପରିଜନ
କରିବା ତାଙ୍କୁ ସମ୍ମାନ
ତାଙ୍କ ଆଶୀର୍ବାଦ ଲଭିବା ଆମେରେ
ବଢିବ ଆମର ମାନ ।
ବାପା ମାଆ ଦୁହେଁ ଈଶ୍ୱର ସମାନ
ମାନିବା ତାଙ୍କର କଥା
ସେ ଅଟନ୍ତି ଆମ ଭାଗ୍ୟର ବିଧାତା
ଦେବାନି ମନରେ ବ୍ୟଥା ।
ଶିଶୁଟିଏ ପରା ମାଟିର ପିଣ୍ଡୁଳା
ଗଢିବା ତାକୁ ଯତନେ
ସଂସ୍କାର ସଂସ୍କୃତି ଜ୍ଞାନ ଭରିଦେବା
ଖ୍ୟାତି ଅର୍ଜିବ ଜୀବନେ ।