STORYMIRROR

Chittaranjan Prusty

Others

4  

Chittaranjan Prusty

Others

ରଙ୍ଗର ପର୍ବ ହୋଲି

ରଙ୍ଗର ପର୍ବ ହୋଲି

1 min
210


ସପ୍ତରଙ୍ଗ ନେଇ ଆସିଛି ଧରାକୁ

   ପ୍ରୀତିର ପରବ ହୋଲି

ସୁଖ ଭରିଦେଵ ସବୁରି ମନରେ

   ରଙ୍ଗର ପସରା ମେଲି ।


ଫଗୁଣ ଆସିଛି ନବବଧୂ ସାଜି

   ଆଣିଛି ଫଗୁ ଅବିର

ନୀଳ ନାଲି ସଙ୍ଗେ କଳା ହଳଦିଆ

   ଆହାକେଡେ ମନୋହର ।


ପଳାଶ କୁସୁମେ ହସିଉଠେ ଧରା

   ଫଗୁଣର ଆଗମନେ

ଆମ୍ର କୁଞ୍ଜବନ ଗୁଞ୍ଜରିତ ହୁଏ

   କୋକିଳର କୁହୁସ୍ୱନେ ।


ଫଗୁ ଅବିରରେ ରଙ୍ଗାୟିତ ହେବ

  ଆମ ଏଇ ବସୁନ୍ଧରା

ପୁଷ୍ପ ସମ୍ଭାରର ଓଢଣୀକୁ ଟାଣି

  ସଜେଇ ହେବ ଏଧରା ।


ଦୋଳ ପୂର୍ଣ୍ଣିମାରେ ଫଗୁ ଖେଳିବାକୁ

  ଆସନ୍ତି ରାଧାମାଧଵ

କୋଠ ଭୋଗଖାଇ ଅବିର ଲଗାଇ

  ବାଣ୍ଟନ୍ତି ପ୍ରୀତିର ଭାବ ।


ରାଧାଗୋପୀ ସଙ୍ଗେ ହୋଲି ଖେଳୁଥିଲେ

   ଯଶୋଦାର ଗେହ୍ଲା କାହ୍ନା

ପ୍ରୀତି ରଙ୍ଗୋଲୀରେ ରାଧାରାଣୀ ମନ

   ହେଉଥିଲା ଆନମନା ।


ହୋଲି ଅବସରେ ସବୁରି ମନରେ

   ହେଉ ଆଶା ଉଜ୍ଜୀବିତ

ହିଂସାଦ୍ଵେଷ ଭୁଲି ମିଳିମିଶି ଆମେ

   ଗାଇବା ମୈତ୍ରୀ ସଙ୍ଗୀତ ।


ସ୍ନେହ ବାଣ୍ଟିବାକୁ ଅବତରି ଆସେ

   ରଙ୍ଗର ପରବ ହୋଲି

ଭେଦଭାବ ଭୁଲି ଭାଇଚାରା ଜାଗି

  ଖେଳିବା ରଙ୍ଗ ରଙ୍ଗୋଲୀ ।।


Rate this content
Log in