Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Prusty

Abstract

4.4  

Chittaranjan Prusty

Abstract

ହେ ଶୀତ

ହେ ଶୀତ

1 min
272



             

ହେମନ୍ତ ଋତୁକୁ ମେଲାଣି ଦେଇଣ

    ଆସିଅଛି ଋତୁରାଣୀ

ଶୀତୁଆ ସକାଳ କଅଁଳ ସୂରୁଜ

    ନେଉଛିରେ ମନକିଣି ।


ଧୂମ କୁହୁଡ଼ିର ଧବଳ ଚାଦର

  ଧରଣୀକୁ ଢାଙ୍କିଦିଏ

ଘାସ ପତରରେ କାକର ବିନ୍ଦୁଟି

  ମୋତିପରି ଦିଶୁଥାଏ ।


ସୁଲୁସୁଲୁ ବହେ ଶୀତଳ ସମୀର

  ଶିହରଣ ଖେଳେ ଅଙ୍ଗେ

ଶୀତ ସକାଳର ପହିଲି ପରଶେ

   ବଧୂଟି ଅଳସ ଭାଙ୍ଗେ ।


ଶୀତ ଆସିଗଲେ ଲୋଡାହୁଏ ପୁଣି

   ଚୁଲିମୁଣ୍ଡ ପାଖ ନିଆଁ

ଶୀତୁଆ ସକାଳେ ମଜାଲାଗେ ପୁଣି

   ପହିଲି ସୂରୁଜ ଛୁଆଁ ।


ପୁଷ୍ପ ସମ୍ଭାରରେ ଧରଣୀ ରାଣୀଟି

   ଦିଶେ ବଡ ମନୋହର

ହଳଦୀ ରଙ୍ଗର ସୋରିଷ କ୍ଷେତରେ

   ଲୁଚକାଳି ଖେଳେ ଭ୍ରମର ।


ଶାମ୍ବଦଶମୀକୁ ସରସ୍ବତୀ ପୂଜା

   ତା' ସଙ୍ଗରେ ଲକ୍ଷ୍ମୀପୂଜା

ପଞ୍ଚୁକ ତିଥିରେ ପଞ୍ଚ ମୁରୁଜରେ

   ହୁଏ କେତେ ସାଜସଜ୍ଜା ।


ଚଷାଭାଇ ମନ ଆନନ୍ଦରେ ନାଚେ

   ଦେଖିତା'ର ସୁନାକ୍ଷେତ

ବାଘୁଆ ଶୀତକୁ ଖାତିରି ନକରି

   ଆନନ୍ଦରେ ଗାଏ ଗୀତ ।


ବରଷକେ ଆସେ ଛଅଗୋଟି ଋତୁ

   ଋତୁରାଣୀ ଅଟେ ଶୀତ

ସବୁ ଦୁଃଖକଷ୍ଟ ଭୁଲିଯାଇ ଆମେ

   ଗାଇବାରେ ମୈତ୍ରୀ ଗୀତ ।




Rate this content
Log in

Similar oriya poem from Abstract