STORYMIRROR

Kalandi pal

Inspirational

3  

Kalandi pal

Inspirational

ଶୀତ ସନ୍ଧ୍ୟା ଭ୍ରମଣ

ଶୀତ ସନ୍ଧ୍ୟା ଭ୍ରମଣ

1 min
163


ଶରତର ଅନ୍ତେ ଶୀତ ଆଗମନ୍ତେ

    ପୌଷ ମାଘ ମାସ ନାମ.

ଶୀତଳ କିରଣ  ଶୀତଳ ପବନ

    ଭରେ ଯଥା ଚଉସମ.!!


ଶିଶିରର ବିନ୍ଦୁ ଲଭି ପୂର୍ଣ୍ଣ ଇନ୍ଦୁ

   ସମ ମୁକୁତାର ବିନ୍ଦୁ.

ଲୁଚିଯାଏ ବର୍ଷା ଗ୍ରୀଷ୍ମ ପ୍ରଖରତା

   ସୌନ୍ଦର୍ଯ୍ୟ ଲହରୀ ସିନ୍ଧୁ.!!


ଭ୍ରମଣେ ଆନନ୍ଦ ସୌନ୍ଦର୍ଯ୍ୟ ପୂରିତ

    ହସଇ ପକୃତି ରାଣୀ.

ହ୍ରଦ ଯେ ଶୋଭିତ ବିହଙ୍ଗେ ପୂରିତ

    ଗୁଞ୍ଜରଣ ମୃଦୁ ଧ୍ୱନି.!!


ଶୀତ ସନ୍ଧ୍ୟା କାଳେ ଚିଲିକାର କୂଳେ

    ପର୍ଯ୍ୟଟକ ବିମୋହିତେ.

ସ୍ଥିର ଜଳ ରାଶି  ନଉକାରେ ଭାସି

    ବୁଲେ ଚିତ୍ତ ଆମୋଦିତେ.!!


ସୁଦୂର ଅତିଥି  ହୋଇ ପନ୍ତି ପନ୍ତି

    ବିହାର ବିହଙ୍ଗ ଗଣେ.

କ୍ରୀଡା କଉତୁକେ ମଜ୍ଜି ଥାନ୍ତି ଥୋକେ

    ଥୋକେ ଖାଦ୍ୟ ଅନ୍ୱେଷଣେ.!!


ଦଳ ଦଳ ପକ୍ଷୀ  ଗଗନେ ଉଡ଼ନ୍ତି

    କରୁଥାନ୍ତି କୋଳାହଳ.

ସୁଦୂର ମନ୍ଦିର  ଆଲୋକ ବିନ୍ଦୁର

    ପ୍ରତିବିମ୍ବ ଚମକ୍ତାର.!!


ମାତା ଠାକୁରାଣୀ ପ୍ରତ୍ୟକ୍ଷ କାହାଣୀ

    କାଳିଜାଇ ନାମ ଘେନି.

ମୃଦୁ ମଳୟର  ଆଳତିର ସ୍ୱର

    ଭାସି ଆସେ ପ୍ରତିଧ୍ୱନି.!!


ଭାଲେରି ଉହାଡ଼େ  ସୁରୁଜ ବାହୁଡେ

    ବୁଣି ନାଲିଆ ମୁରୁଜ.

ପଶ୍ଚିମ ଆକାଶେ  ତୋରା ପରକାଶେ

     ସୌନ୍ଦର୍ଯ୍ୟ ମନ ବିଭୋର.!!



Rate this content
Log in

Similar oriya poem from Inspirational