ନବ ବରଷ
ନବ ବରଷ
ନୂଆଁ ବରଷ ଆସିଛି ଆଜି
ପାଳନ କରିବା ଆସ ହେ ମିଶି
ରାତି ପହିଲା ଦିନ ଆସିଲା
ଜୀବନେ ଆସିଛି ଆମର ଖୁସି ।
ନୀତି ନୂଆ ନୂଆ ଭାବନା ଆସିବ
ନୂଆ କାମରେ ଆମ ମନ ଲାଗିବ
ଧର୍ମ ପଥେ ଆମ ସଦା ମନ ଥିବ
ପ୍ରଭୁ ଦରସନେ ଶାନ୍ତି ଯେ ମିଳିବ ।
ନୁଆଁ ସକାଳ ଆମ ଜୀବନେ ଆସିଲା
ଦୁଃଖ ଭୁଲି ମୁଖେ ଦେବା ତ ହସି ।
ମନର ଦୁର୍ଗୁଣକୁ ଛାଡି ତ ଦେବା
ହିଂସା କାମ କ୍ରୋଧ ତ୍ୟାଗ କରିବା
ନିଜ କର୍ମ ପଥେ ସତ୍ କର୍ମ କରିବା
ଦୁନିଆ ରେ ନାମ ଯଶ ରଖିବା ।
ନୁଆଁ ଭାବନା ଆମ ଜୀବନେ ଆସିଲା
ହରି ନାମ ମୁଖେ ଥିବା ତ ଘୋଷି ।
