Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଆଜି ଶିବ ଜାଗର

ଆଜି ଶିବ ଜାଗର

1 min
4


  

ଆସ କିଆ ଫୁଲ କେତକୀ 

          ଆସ ମଲ୍ଲି ଟଗର l

ମଙ୍ଗଳମୟଙ୍କୁ ପୁଜିବା 

         ଆଜି ଶିବ ଜାଗର ll

କି କହିବି ଆଗୋ ସଜନୀ

          ପ୍ରଭୁଙ୍କର ମହିମା l

ଶିରେ ଧରିଛନ୍ତି ଜାହ୍ନବୀ

        ଗିରିଜା ତାଙ୍କ ବାମା ll

ସର୍ଵଜ୍ଞାତା ପ୍ରଭୁ ମହେଶ

        ତାଙ୍କ ପୁତ୍ର ଗଣେଶ l

କେଶବ ଲଭିଲେ କମଳା

        ପ୍ରଭୁ ପିଇଲେ ବିଷ ll

ମହାଯୋଗୀ ପ୍ରଭୁ ଯୋଗୀଶ 

         ତାଙ୍କ ବାସ ଶ୍ମଶାନ l

ପଞ୍ଚାନନ ଦିଗ ଅମ୍ବର 

         ଅଙ୍ଗେ ଭସ୍ମ ଭୂଷଣ ll

ଚନ୍ଦ୍ରଚୁଡ଼ ଶୋଭା ଚନ୍ଦ୍ରିକା 

         ପ୍ରଭୁ ଚନ୍ଦ୍ର ଶେଖର l

କୋଟି ତପେ ଗିରି ନନ୍ଦିନୀ

         ବରିଲେ ତାଙ୍କୁ ବର ll

କୋପେ ଅବା ତପେ ଦିଅନ୍ତି

        ବର ଭୋଳା ମହେଶ l

ଅରକ୍ଷ ହୋଇଲେ ଭସ୍ମାକୁ

         ଦେଇ ବର ଅବଶ୍ୟ ll

କାଳ କାଳ ମହାକାଳ ସେ

         ମହା ମୃତ୍ୟୁ ବିଜୟୀ l

ମହା ମୃତ୍ୟୁଞ୍ଜୟେ ଭଜିଲେ

        ତାଙ୍କୁ କାଳ ପଳାଇ ll

ଅପୁତ୍ରୀ ଲଭଇ ନନ୍ଦନ

          ଅନ୍ଧ ଲଭେ ନୟନ l

ଚାଲ ଚାଲ ସଖି ପୁଜିବା

          ପ୍ରଭୁ ବୃଷ ବାହାନ ll 

ମହାଶିବରାତ୍ରୀ ଜାଳିବା

          ଉଜାଗରେ ଜାଗର l

ତ୍ରିଶାଖା ବିଲ୍ୱରେ ଗିରିଶେ

         ଦେଇ ଗଜରା ହାର ll

ଦୁଦୁରା ଅରଖ ଗୟସ

        ଘେନ ସଙ୍ଗେ ସଙ୍ଗିନୀ l

ଶିବ ପଞ୍ଚାକ୍ଷର ଜପରେ 

         ପୁହାଇବା ଯାମିନୀ ll

      


Rate this content
Log in

Similar oriya poem from Inspirational