Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀରାମ ଜନ୍ମୋତ୍ସବ

ଶ୍ରୀରାମ ଜନ୍ମୋତ୍ସବ

1 min
4


   

ବାଜୁଅଛି ଶୁଭ ମଙ୍ଗଳ ମହୁରୀ 

  ଶଙ୍ଖ ଶିଙ୍ଗା ଭେରୀ ତୂରୀ l

ରଘୁକୂଳେ ଜାତ ଦଶରଥ ସୂତ

  ବିଷ୍ଣୁ ଅଂଶେ ପୁତ୍ର ଚାରି ll

ରୁଣ୍ଡ ହୋଇଛନ୍ତି ସର୍ଵ ଦେବାଦେବୀ

  ସର୍ଵ ପୁଣ୍ୟ ତୀର୍ଥାବଳୀ l

ସର୍ଵ ମୁନି ୠଷି ନାରଦ, ବାଲ୍ମୀକି 

   ବଶିଷ୍ଠ, କନ୍ୱ, ଜାବାଳୀ ll

ରାଜା ଦଶରଥ ଯଜ୍ଞ କରିଥିଲେ 

    ଆଣି ଋଷ୍ୟଶୃଙ୍ଗ ମୁନି l

ଯଜ୍ଞଚରୁ ଭକ୍ଷି ଗର୍ଭଧାରୀ ହେଲେ

   ରାଜାଙ୍କର ତିନି ରାଣୀ ll

କୌଶଲ୍ୟା କୈକେୟୀ ସୁମିତ୍ରା ମହତି 

   କେତେ ତପ ଥିଲେ କରି l

ଶ୍ରୀରାମ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ

    ପୁତ୍ର ଜନମିଲେ ଚାରି ll

ଚାରି ପୁତ୍ର ଲଭି ଆନନ୍ଦେ ଅଧୀର

     ଅପୁତ୍ରିକ ଦଶରଥ l

ଅବଧ ପୁରୀରେ ଗୋଳ ଅପ୍ରମିତ 

   ମଙ୍ଗଳେ ଶୁଭୁଛି ଗୀତ ll

ଅବତାର ନେଲେ ଧରାଧାମେ ପ୍ରଭୁ 

    ଆନନ୍ଦ ଧରିତ୍ରୀ ମାତା l

ମଳୟ ମରନ୍ଦ ବହେ ମନ୍ଦ ମନ୍ଦ

   ଧନ ଧାନ୍ୟ ଅକଳନ୍ତା ll

ଦୋଳିରେ ଦୋଳାନ୍ତି ପୁତ୍ରଚାରି ଘେନି

     ଦଶରଥଙ୍କର ରାଣୀ l

ଆଶିଷ ପ୍ରଦାନି ଯେଝା ପୁରେ ଗଲେ

    ସର୍ଵ ଦେବାଦେବୀ ମୁନି ll

ଚାଲ ଚାଲ ଭାଇ ଅଯୋଧ୍ୟାକୁ ଯିବା

    ଖାଇବା ମାଲପା ଖଜା l

ଧନ ଧାନ୍ୟ ଧେନୁ ଦାନ ଦେଉଛନ୍ତି

    ଦଶରଥ ମହାରାଜା ll

ପୁଣ୍ୟ ଚଇତ୍ରର ଶୁକ୍ଳ ପକ୍ଷ ଆଜି 

    ତିଥି ଶ୍ରୀରାମ ନବମୀ l

ନମାମି ଶ୍ରୀରାମ, ନୟନାଭିରାମ 

   ଶ୍ରୀପୁରୁଷୋତ୍ତମ ନମାମି ll 

       


Rate this content
Log in

Similar oriya poem from Inspirational