STORYMIRROR

Dharitri Das

Inspirational

4  

Dharitri Das

Inspirational

ମୋ ଦେଶ

ମୋ ଦେଶ

1 min
249


ମୋ ଦେଶ ଭାରତ ସର୍ବତ୍ର ପୂଜିତ

   ଭାଇ ଚାରା ଅଛି ଯହିଁ

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆମେ

   ଆବୋରି ରହିଛୁ ମହୀ।

ବିଶ୍ବରେ ବିଖ୍ୟାତ ଗଣତନ୍ତ୍ର ରାଷ୍ଟ୍ର

    ଆମ ଏ ଭାରତ ଭୂଇଁ

ଯା ପାଣି ପବନ ମୋହି ନିଏ ମନ

    ହୃଦୟକୁ ଯାଏ ଛୁଇଁ।

ତା କୋଳେ ଜନମି ଜୀବନ ଆମର

    ହୋଇଛି ମହାନ ସତେ

ଅତୀତ ଗୌରବ ଇତିହାସ କହେ

    ପୁସ୍ତକରେ ନାନା ମତେ।

ମନ୍ଦିର ମାଳିନୀ ନୀଳାମ୍ବୁ ଚିଲିକା

    ରହିଅଛି ଯେଉଁ ଦେଶେ

ସେ ଦେଶ ସନ୍ତାନ ଭୀରୁ ନୁହେଁ ଆମେ

    ରହିଥାଉ ବୀର ବେଶେ।

ଯେ ଦେଶେ ଜନମି ବାଜିଆ ରାଉତ

    ଦେଶ ଲାଗି ଦେଲା ପ୍ରାଣ

କୋଣାର୍କ ମନ୍ଦିର ମୁଣ୍ଡି ମାରି ଦେଇ

     ଧରମା ରଖିଲା ଟାଣ।

ବୀର ପ୍ରସବିନୀ  ଭାରତ ମାତାର

     ସନ୍ତାନ ଭାବରେ ଗର୍ବ

କରିବାକୁ ମନେ   ଦମ୍ଭ ଆଣିଦିଏ

     ଜଗା କାଳିଆର ଭାବ।

ନିଜେ ମହାପ୍ରଭୁ   ବଡ ଭାଇ ସହ

    କଳା ଧଳା ଘୋଡ଼ା ଚଢ଼ି

କାଞ୍ଚି ଅଭିଯାନ  ଆରମ୍ଭ କରିଲେ 

    ଓଡ଼ିଆଙ୍କ ମନ ପଢି।

ନଦୀ ଝରଣାରେ ହ୍ରଦ ସାଗରରେ

    ପାଦ ଧୋଇ ହୁଏ ଯାର

କି ମହିମା ଅବା   ବଖାଣିବି ମୁଁହି 

    ଦୀନ ହୀନ ଦାସ ଛାର ।



Rate this content
Log in

Similar oriya poem from Inspirational