Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶିବ ମହିମା

ଶିବ ମହିମା

1 min
2


ପାହିଲା ରାତି ହେ ମହାଯତି

  ନମେ ତୁମରି ପଦେ

ସତ୍ୟ ସୁନ୍ଦର ଗୋଉରୀ ବର

  ଭକତି ଚିତ୍ତେ ବନ୍ଦେ l


ତ୍ରୀଶୂଳ ଧାରୀ ପୁତ୍ର ତୁମ୍ଭରି 

  ଗଣେଶ କାର୍ତ୍ତିକେୟ

ହେ ମହାକାଳ ନାମେ ତୁମ୍ଭର 

  ପଳାଇ କାଳଭୟ l


ସାଗର ଯେବେ ମନ୍ଥନ ହେଲା 

    ଭକ୍ଷିଲ ହଳାହଳ

ବାସୁକୀ ନାଥ ଗଳାରେ ତୁମ୍ଭ 

   ସାପ ମାଳକୁ ମାଳ l


ପରମ ଯୋଗୀ ବ୍ରହ୍ମ ବୈରାଗୀ 

   ଶ୍ମଶାନ ତୁମ୍ଭ ବାସ

ହେ ଦିଗମ୍ବର ଲଙ୍ଗଳା ହୋଇ 

   ଦିଗକୁ କଲ ବାସ l


ଡମ୍ବରୁ ଧର ହାତରେ ବାଦ୍ୟ 

   ଡମ୍ବରୁ ଡମ ଡମ

ସେ ନାଦ ଶୁଣି ପଳାଇ ଯାଏ 

  ସଂସାର ଯାକ ଭ୍ରମ l


ଆହେ ଧୂର୍ଜଟୀ ବାନ୍ଧିଛ ଜଟି 

   ଯତନ କରି ଅତି

ଚନ୍ଦ୍ର ଶେଖର ଶିରେ ତୁମ୍ଭର 

  ଶୋଭନ୍ତି ତାରାପତି l


ଅଳପେ ତୋଷ ହେ ଆଶୁତୋଷ 

  କୋପେ ବା ତପେ ବର

କି କଲବଲ ପ୍ରଭୋ ହେ ହେଲ 

   ଭସ୍ମାକୁ ଦେଇ ବର l


ତିନି ଲୋଚନ ପ୍ରୀୟ ହେ ତବ 

   ତ୍ରିଶାଖା ବେଲପତ୍ରୀ

ନୟନ ଜ୍ୱାଳା ଭସ୍ମ ହୋଇଲା 

    ଅନଙ୍ଗ ରତିପତି l


ହେ ନଟରାଜ ଆନେ କି କାର୍ଯ୍ଯ 

   ସଂସାର ନାଟ୍ୟକାର

ଭୋଳା ମହେଶ ବାହନ ବୃଷ 

  ହେ ପ୍ରଭୁ ଗଙ୍ଗାଧର l


ହେ ବ୍ୟୋମକେଶ ଶିର ସୁବେଶ  

   ଜାହ୍ନବୀ ତରଙ୍ଗିଣୀ

ବାଟ ନ ପାଇ ଶରଣ ଗଲା 

  କୋଟିଏ ଯୁଗ ଭ୍ରମି l


ହେ ସଦାଶିବ ମହିମା ତବ 

   କୃପାରୁ କିଛି ଭଣି

ଭବ ଭବାନୀ କେ ପାରେ ଗୁଣି 

   ଅପାର କୃପାଖଣି l


ଆଣିଛି ହର ଶର୍କରା କ୍ଷୀର 

  ଜାହ୍ନବୀ ସ୍ୱଚ୍ଛ ନୀର

ଶରଣ ଗଲି ହେ ସୋମନାଥ 

 ଆଜି ପା ସୋମବାର l

     


Rate this content
Log in

Similar oriya poem from Inspirational