STORYMIRROR

Kalandi pal

Inspirational

3  

Kalandi pal

Inspirational

ମଣିଷ ଜନମ

ମଣିଷ ଜନମ

1 min
153

ମଣିଷ ଜନମ 

ଦେଲ ଭଗବାନ

       ଟିକିଏ କରିଲ ଊଣା

ନିତି ତୁମ ସ୍ପର୍ଶ

ଲଭିବାର ଆଶ

    ଭାଗ୍ୟରେ କେବେ ଜୁଟେନା  

  ପ୍ରଭୁ,ଚରଣେ କରେ କାମନା ।


ଯେବେ କରିଥାନ୍ତେ

ଦଇତାଟି ମୋତେ

     ସେବୁଥାନ୍ତି ଶ୍ରୀ ଚରଣ

ଯେବେ କରିଥାନ୍ତେ

ପୂଜା ପଣ୍ଡା ମୋତେ

      କରନ୍ତି ଚଳୁ ଦର୍ଶନ

ଦେବଦାସୀ ହେଲେ

ନାଟ   ମଣ୍ଡପରେ

     ନାଚୁଥାନ୍ତି ନିତି ସିନା ।


ତୁଳସୀ ଚନ୍ଦନ

କରିଥାନ୍ତୁ ଧନ

    ଲାଗିଥାନ୍ତି ଦେହେ ନିତି

ପାଟ    ବସ୍ତ୍ରଟିଏ

ହୋଇଥାନ୍ତି ଯେବେ 

     ନିତି ଅଙ୍ଗେ ଝଟକନ୍ତି

ସବୁଥିରୁ  ଊଣା 

କରି କି ପାଉଣା

    ପାଅ ଖୋଲିକି କୁହନା ।


Rate this content
Log in

Similar oriya poem from Inspirational