STORYMIRROR

Sanjaya Ananda Kumar Tripathy

Inspirational

3  

Sanjaya Ananda Kumar Tripathy

Inspirational

ଜୀବନଟା ସତରେ ବିଚିତ୍ର

ଜୀବନଟା ସତରେ ବିଚିତ୍ର

1 min
209

ଜୀବନଟା ସତରେ ବିଚିତ୍ର

ସତେ ଯେମିତି ଗାଣିତିକ ସୂତ୍ର 

ମିଶାଣ ଫେଡାଣ ଆଉ ହରଣ 

ଗୁଣନର ସାଂକେତିକ ଚିତ୍ର ।


କେବେ ମିଶାଣରେ ବନ୍ଧୁତା ବଢେ ତ

କେବେ ଫେଡାଣରେ ଶତ୍ରୁତା

ହରଣରେ ଦୁଃଖ ମିଳେ

ଆଉ ଗୁଣନରେ ସୁଖର ବାରତା ।


ବନ୍ଧନୀ ମଧ୍ୟରେ ଥିଲେ 

ଅଣନିଃଶ୍ୱାସୀ ହୋଇ ଛାଡେ ଦୀର୍ଘଶ୍ୱାସ 

ମନ ହୁଏ ଯେମିତି ଏକ 

ଅପ୍ରକୃତ ଭଗ୍ନାଂଶ ।


ଅସମୀକରଣର ସମାଧାନ ପାଇଁ

ଏ ମଣିଷ ହୁଏ ବିଚଳିତ 

ତଥାପି ହାରେ ନାହିଁ ସିଏ 

ସମାଧାନ ପାଇଁ

ପ୍ରତିଦିନ କରେ କସରତ।


ସରିଲେ ଆୟୁଷ ହୋଇଯାଏ ଶେଷ

ଛାଡି ଯାଏ ଧରା ପୃଷ୍ଠେ 

ମୁଠାଏ ପାଉଁଶ । 

ସତରେ ଜୀବନଟା ଏକ ଗାଣିତିକ ସୂତ୍ର ।



Rate this content
Log in

Similar oriya poem from Inspirational