ଲୁହର ଓଜନ
ଲୁହର ଓଜନ
କିଏ କହେ ଆଖିର ଲୁହର ନ ଥାଏ ଓଜନ
ଦୁଇ ଟୋପା ଗଡି ଗଲେ
ହାଲୁକା ହୋଇଯାଏ
ଭାରି ଥିବା ମନ
ଓଠରୁ ନିସୃତ ହୋଇ ନ ପାରିଲେ କଥା
ଲୁହ ହୋଇ ବହିଯାଏ
କେତେ ଯେ ବେଦନା କ୍ଷୟ ହୋଇଯାଏ
ପୁଣି ଅନୁଭବି ଜାଣିଥାଏ
ମେଘର ଓଜନ ଭାରି ହୋଇ ଗଲେ
ବରଷା ଯେମିତି ହୁଏ
ମନର ବେଦନା ଭାରି ହୋଇଗଲେ
ଲୁହ ହୋଇ ଗଡିଯାଏ ।
