Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Inspirational

3  

Satyanarayan Sahoo

Inspirational

ସମ୍ପର୍କ ସୌଧରେ ଭାଇ ଭଉଣୀ

ସମ୍ପର୍କ ସୌଧରେ ଭାଇ ଭଉଣୀ

1 min
191


ଭାଇ ଭଉଣୀଙ୍କ ସୁସମ୍ପର୍କ ପାଇଁ

ଗଢ଼ା ସମ୍ପର୍କର ସୌଧ

ହସ  ରସ  ଖେଳ ସେନେହ ଶରଧା

ଭାବ ଧାରା ବହୁବିଧ ।


ଭରା ରହି ଥାଏ ସେଇ ସୌଧଟିରେ

ଅମୋଦିତ କରେ ମନ

 ପ୍ରାଣରେ ଦିଅଇ ପ୍ରେରଣା ସାହସ

ଶକତି ଓ ଉଦ୍ଦୀପନ ।


ନାନା ପ୍ରକାରର ଗପ ଓ କାହାଣୀ

କହନ୍ତି ଭାଇ ଭଉଣୀ

ଶୁଣାନ୍ତି ଅନେକ ପ୍ରକାର ବ୍ୟବସ୍ଥା 

ଅନୁଧ୍ୟାନ କରି ଜାଣି ।


ପାଳନ୍ତି ବହୁତ ପରବ ଓ ଜାତ

ହରଷ ବଦନେ ମିଶି

ହରଷିତ ମନେ ନବ ରୋମାଞ୍ଚରେ

ଏକ ଆରେକର ଭାଷି ।


 ସଂଘର୍ଷରେ ଭରା ଜୀବନର ଯାତ୍ରା

ଚାଲିବା ପାଇଁ ପ୍ରଚେଷ୍ଟା

କରି ପ୍ରତି କ୍ଷଣେ ପରସ୍ପର ପ୍ରାଣେ

 ସାନ୍ତ୍ଵନା ଆଉ ଯେ ନିଷ୍ଠା ।  


ସହିତ ଜଡିତ ରହିବା ପାଇଁ କି

ଦିଅନ୍ତି କେତେ ପ୍ରେରଣା

ରକ୍ଷା ବନ୍ଧନରେ ରାକ୍ଷୀ ବାନ୍ଧି ଥାନ୍ତି

ଭରି ନବ ସମ୍ଭାବନା ।


ଜହ୍ନି ଓଷା ପୁଣି ଖୁଦୁରୁକୁଣୀରେ

ପୂଜନ୍ତି ହରଷ ଭରେ

ସମ୍ପର୍କର ଡୋରେ ମନ ମଉଜରେ

ଅଷ୍ଟମୀ ପୂଜା ପର୍ବରେ ।



Rate this content
Log in

Similar oriya poem from Inspirational