ସ୍ରୋତ
ସ୍ରୋତ
ଜୀବନର ସ୍ରୋତ ଧାଉଁଛି ନୀରବେ
ଜଳିବା ସଳିତା ହୋଇ
କିଏ ଜାଣେ କେତେବେଳେ ଲିଭିଯିବ
ଝଲ୍କା ପବନ ପାଇ।
ଆଶାର ଆଲୋକ ସମୟ ସ୍ରୋତରେ
ଭାସେ ଶୋଲଡଙ୍ଗା ହୋଇ
ହତାଶ ବସାରେ ମନ ପକ୍ଷୀଝୁରେ
ବତାସର ଭୟ ନେଇ।
ବ୍ୟଥିତ ହୃଦୟେ ଆକାଶ କୁସୁମ
ହୃଦରୁ ହୃଦୟ ଛୁଇଁ
ପ୍ରେମର ବାଂଶୋରୀ ଅଦିନ ସଂପର୍କେ
ଲୁହ ଯାଇଥାଏ ପିଇ।
ପୁନଶ୍ଚ ପଶ୍ଚିମ ଦିଗ ବର୍ଣ୍ଣ ଶୋଭା
କୁଆଁତାରା ସ୍ୱପ୍ନନେଇ
ତରସି ବରଷେ ବୟସ ସ୍ରୋତରେ
ତାର ବୋଲି କେହି ନାହିଁ।
ମାଦକ ମଧୁପ ମଧୁ ଗୁଞ୍ଜରଣ
ଦେହଦାହ ଦୁଲୁକେଇ
ନିଛକ ମାୟାର ମାଳାଗୁନ୍ଥୁଥାଇ
ମରୁ ମରିଚିକା ପାଇଁ।
ଅଥଚ ସର୍ତ୍ତ ରେ ଅନେକ ଭାବନା
ବିଶାଳ ରୋଷଣୀ କରି
ଭାବ କ୍ରିୟା କର୍ମେ ବଞ୍ଚବା ମରିବା
ନିଚ୍ଛକ ଛଳନା ପୂରି।
ଦଇବଦଉଡି ନେଉଥାଏ ଟାଣି
ଜନ୍ମର ଜାତକ ଲେଖି
ପ୍ରୀତିର ବିଭବ ଘନଘନସ୍ଫୁରେ
ସ୍ରୋତ ଶୋଷ ନୀରିମାଖି।