STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ଖବର

ଖବର

1 min
205

କେହି ଆସିବାର ଖବର ସଂଚରି ଯାଇଛି 

     ସଭିଙ୍କ ମନ ମାନସରେ

ସ୍ୱାଗତ ସମ୍ଭାରେ ରତ ମଣିଷ

     ଆନନ୍ଦ ଆଉ ଉଲ୍ଲାସରେ l


ସର୍ବଧର୍ମ ସମ୍ମତ ମୋ ରାଷ୍ଟ୍ର

    ଭିନ୍ନତା ନାହିଁ ମନରେ

ସବୁ ପର୍ବ ଗଣ ପର୍ବ

    ପାଳିତ ହୁଏ ଆନନ୍ଦରେ l


କାହିଁ ହୁଏ ଭୋଜି ଭାତ

   ମସଗୁଲ ନାଚ ଗୀତରେ

ମିଷ୍ଟାନ୍ନ ବାଣ୍ଟୁ ଥାଏ କେହି

   ଗଳି ଆଉ କନ୍ଦିରେ l


ପୁଣି କରେ ସଂକଳ୍ପ କେହି

   ନବ ବର୍ଷ ଆଗମନରେ

କର୍ମକୁ ମୋର ଶୃଙ୍ଖଳିତ କରିବି

   ନବ ଅବସର ରେ l


ଖେଳାଇବି ଖୁସି ସମାଜରେ ଥିବା

    ତାପିତଙ୍କ ମୁଖରେ

ପରୋପକାର କୁ କରିବି ବ୍ରତ

   ଦୈନନ୍ଦିନ ଜୀବନରେ l   


Rate this content
Log in

Similar oriya poem from Inspirational