ଶୀତ ଆଉ ହୃଦୟ
ଶୀତ ଆଉ ହୃଦୟ
ଋତୁ ଚକ୍ରେ ଯେବେ ଶୀତ ଧରାକୁ ଫେରେ
ପରସେ ମନେ ଅସରନ୍ତି ଭାବନା ସଂଚରେ...
ଶୀତୁଆ ସକାଳ ଶିଶିର ସ୍ନିଗ୍ଧ ଧରା
ହୃଦୟ ଜଗାଏ ମୁଗ୍ଧ ପୁଲକ ପରା....
ଉଡିବୁଲେ ମନ ପ୍ରଜାପତି ସ୍ବପ୍ନ କାନନେ
ହରାଏ ଚେତନା ମଜ୍ଜି ମଧୁ ପାନେ....
ପ୍ରେମେ ବତୁରା ମନଟା ଭାବନାରେ ହଜେ
ସଞ୍ଜର ସେହି ଶୀତଳ ସ୍ପର୍ଶେ ଭିଜେ.....
ଅପୂର୍ବ ତାର ଶୋଭାକୁ ବିସ୍ତାରି ହସେ
ହୃଦୟ ବିଚରା ହୋଇ ଦିଗହରା ବସେ.....
ନିର୍ମଳ ଦିଶେ ସୁନୀଳ ଗଗନ ପରା
ପ୍ରଣୟ ରାଗରେ ତୋଳେ ମୂର୍ଚ୍ଛନା ଧରା....

