STORYMIRROR

Kalpana Kumari Pradhan

Fantasy

4  

Kalpana Kumari Pradhan

Fantasy

ଫିକା ଫିକା

ଫିକା ଫିକା

1 min
302


ଆଜି କାହିଁ ତୁ ଲାଗୁ ଭାରି ଫିକା ଫିକା 
ଗଗନ ର କୋଳେ ଅବା ରମୁ ଏକା ଏକା 
ଫୁଲେଇ ଜୋଛନା ତୋର ଦିଏନି ଶୀତଳତା 
ସାଥେ ନାହାନ୍ତି ବୋଲି ସେ, ଭିଜି ମୁଁ 
ପାରୁନି ଏକା ଏକା.....
ମେଘ ଉହାଡ଼ ରେ ତୁ କିଆଁ ଚାହୁଁନୁ 
ଅଭିମାନେ ଅବା ଅଭିଯୋଗ କରିନୁ 
ମନ ମାରି ବସିଛୁ କି, ନୟନେ ଖୋଜୁଛୁ 
ଜୁଆରିଆ ହୃଦ ବେଳା ଭୂମି ତଟେ 
ଭ୍ରମି ତା ପାଦ ଚି଼ହ୍ନ ସାଉଣ୍ଟୁଛୁ....

ବହଳ ଅନ୍ଧାର ନାଶି କି ହସୁଛୁ 
ତାଚ୍ଛଲ୍ୟ ଭରେ ଅବା ମୋତେ ତୁ ଦେଖୁଛୁ 
 ମୋ ମରମ ବେଦନା କାନ ପାତି ଶୁଣୁଛୁ!
ପ୍ରେମ ପ୍ରଣୟ ର ରାଗ ତୁ ତୋଳୁଛୁ 
ଅବା ସାଥେ ପ୍ରିୟ ବାରତା ଆଣିଛୁ....

ତୋ ରୂପ କାନ୍ତି ରେ ହୋଇ ମୋହିତ 
ପ୍ରେମିକ ପ୍ରେମିକା ଭାବେ ହୁଏ ବିମୋହିତ 
ବିଜନ ବେଳା ର ସେହି ନିଶବ୍ଦ ଶର୍ବରୀ 
ବିତିଯାଏ ବର୍ତ୍ତଳାପେ ତୋ ସହିତ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy