ଦେଇଛ କି ଟିକେ ମମତା ସିଞ୍ଚି
ଦେଇଛ କି ଟିକେ ମମତା ସିଞ୍ଚି
ମରତେ ଜନମ ଦୁର୍ଲଭ ଜୀବନ
ଜୀବନ ରଥ ଖୁସିରେ ଚାଲିଛି
କୁହ ହେ ଠାକୁର ମୋର ପ୍ରାଣେଶ୍ୱର
ଦେଇଛ କି ଟିକେ ମମତା ସିଞ୍ଚି ?
ଯେଣୁ ତୁମେ ଜଗତର ପିତାମାତା
ସନ୍ତାନ ପାଳିବା ଧର୍ମ ନିଭାଇ
ଅତି ଯତନରେ ମମତା ବାରିରେ
କିପରି ନ ଦେବ ହୃଦୟ ଧୋଇ !
ପାଖେ ପରା ନାହିଁ ଧନୀ କି ଗରିବ
ପୂଣ୍ୟବାନ ଅବା ପାପୀଟେ କିଏ
ସକଳଙ୍କୁ ଦେଇ ସମ ଅଧିକାର
ଭସାଇ ନେଉଥା' ମମତା ସୁଏ ।
ସକଳ ଭିତରେ ମୁଁ କ୍ଷୁଦ୍ର କଣିକା
ତୁମ ଆଶିଷର ଝରେ ଗାଧୋଇ
ନିତି ହେଉଥାଏ ବିଶୁଦ୍ଧ ପବିତ୍ର
ମନ ତଳ ଯେତେ ପାପକୁ ଧୋଇ ।
ତୁମେ ବସିଥାଅ ହୃଦୟ ମନ୍ଦିରେ
ଦେହେ ଥିବାଯାଏ ମୋହର ପ୍ରାଣ
ପୂଜୁଥାଏ ନିତି ଭକତି ପୁଷ୍ପରେ
ଛନ୍ଦାଚରଣରେ ନିବେଶି ଧ୍ୟାନ ।