STORYMIRROR

Gopinath Jena

Inspirational

3  

Gopinath Jena

Inspirational

ଫଟା ରସିକ

ଫଟା ରସିକ

1 min
212

ଫଟା ରସିକ ଯେ ଘୂରି ବୁଲୁଛନ୍ତି

ହାଟ ବଜାର ଚାରିଆଡ଼େ

ଫେସ୍ ବୁକ୍ ଆଉ ଇନଷ୍ଟାଗ୍ରାମ୍ ଦେହେ

ତାଙ୍କରି ରାଜତ୍ଵ ମାଡ଼େ।


ବହୁରୂପୀ ହୋଇ ମିଠା କଥା କହି

ଫସାନ୍ତି କୁମାରୀ ମାନଙ୍କୁ

ଜୀବନ ହୁଅଇ ନରକ ସମାନ

ପଶିଗଲେ ତାଙ୍କ ଫାଶକୁ ।


ଜାଗ୍ରତ ହୁଅହେ କୁମାରୀ ଲଳନା

ବନ୍ଧୁତ୍ୱ ଗ୍ରହଣ କରନା

ତନୁ ମନ ଆଉ ପ୍ରେମର ପସରା 

ତାଙ୍କ ଆଗେ ଖୋଲି ଦିଅନା ।


ମୁହୂର୍ତ୍ତକ ସୁଖେ ନ ହୁଅ ବିଭୋର

ପାଦ ତଳେ ଚୋରା ବାଲି

କାମାନ୍ଧ ଟା କେବେ ପ୍ରେମ ବୁଝେ ନାହିଁ

ଖିନ୍ ଭିନ୍ କରି ଯିବ ଚାଲି ।

    


Rate this content
Log in

Similar oriya poem from Inspirational