STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
177


ତୁଳସୀ କ୍ଷେତ୍ରର ଅଧିପତି ପ୍ରଭୂ

ବଡ଼ଠାକୁର ହେ ବଳଦେବ

ପ୍ରଥମାଷ୍ଟମୀରେ କରୁଛି ପ୍ରଣାମ

ନିବେଦନ ମୋ ଶୁଣିବ

ତୁମ ପରି ଦିଅଁ ଅଛି କେ ସଂସାରେ

ସଙ୍ଗେ ଅଛନ୍ତି ଭଉଣୀ ଭାଇ

ଆଶୀର୍ବାଦ ଦେବ ମୋ ପିଲା ଦୁହିଁଙ୍କୁ

ସଦା ରହିବେ ସେ ସାଥୀ ହୋଇ

ଅନୁଷ୍କା ମୋହର ପଢୁଆଁ ଝିଅ

ଅଭିଳାଷ ମୋର ସାନପୁଅ

ପାଠ ପଢି ଭଲ ମଣିଷ ହୁଅନ୍ତୁ

ଏତିକି ଆଶୀଷ ଦିଅ

କଳାମାଣିକ ହେ ଜଗତ ଠାକୁର

ଚକ୍ର ଉହାଡ଼ କରି ରଖିବ

ତାଙ୍କ ଚଲାପଥ କୁସୁମିତ ହେଉ

କୃପାଦୃଷ୍ଟି ଟିକେ ରଖିଥିବ

ଅତି ଅଲିଅଳି ଗେଲ୍ହେଇ ଭଉଣୀ

ସୁଭଦ୍ରା ମା'ଗୋ ମୋର

ଅନୁଷ୍କାକୁ ଭଲ ବୁଦ୍ଧି ଦେଉଥିବ

ଭାଇ ଜୀବନ ହେଉ ତାହାର

ଜନାର୍ଦନ ଜଗଦୀଶ ଦୟାମୟ

ଏତିକି ଦୟା କରିବ

ନାନୀର ଭରସା ହେଉ ତାର ଭାଇ

ତାଙ୍କୁ ତୁମେ ସାହା ହେଉଥିବ

ଏତିକି ଅଳି ମୋ ଶୁଣିମା ହେଉ

ବଡ଼ଠାକୁର ହେ ମହାବାହୁ

ତୁମ ନାମ ଗାଇ ଶ୍ରୀଚରଣେ ଧ୍ୟାୟୀ

ଜୀବନ ମୋ ଚାଲିଯାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational