ମାତୃଭାଷା
ମାତୃଭାଷା
ମାତୃଭାଷା ଭୁଲି ଜ୍ଞାନୀ ବୋଲାନ୍ତି
ଆମରି ଓଡ଼ିଆ ଜାତି
ଇଂରାଜୀ କହିଲେ ସମ୍ମାନ ପ୍ରତିଷ୍ଠା
କାଳେ ବଢ଼ି ଯାଉଅଛି ।
ଯିବେ କିଏ ରଖୁଛି ଭାଷା ପ୍ରୀତି ଏଠି
ପରିହାସ ପାଉଅଛି
ଭାଷାର ପ୍ରସାର ପାଇଁ ଯେ ବିପ୍ଳବ
ଏଠି ବିଫଳ ହେଉଛି ।
ପେଟର ଆଳରେ ଭିଟାମାଟି ଛାଡି
ଯାଆନ୍ତି ବାହାର ଦେଶ
ବିଦେଶୀ ଭାଷାକୁ ଆପଣାଇବାକୁ
ହେଉ ଅଛନ୍ତି ବାଧ୍ୟ ।
ଯେତିକି ରହିଲେ ନିଜ ରାଜ୍ୟରେ
କୁହନ୍ତି କେବଳ ଯାହା
କାଗଜ କଲମ ଚଳୁନାହିଁ ଆଜି
କମ୍ପ୍ୟୁଟର ଏକା ସାହା ।
ଦେଶ ହେଲା ଆମ ଡିଜିଟାଲାଇଜ
ଡାକଘରେ ଚିଠି କାହିଁ
ଆଉ ଯାହା ବାକି ରହିଗଲା ସବୁ
ମାତୃଭାଷା ଲୋଡ଼ା ନାହିଁ ।
ଇଂରାଜୀ ମାଧ୍ୟମେ ପଢ଼ାଇଲେ ପାଠ
ମମ୍ମି ଡାଡି ଡାକ ବାଧ୍ୟ
ଚୁଡ଼ି କୁଙ୍କୁମର ଲୋଡ଼ା ନାହିଁ କାଳେ
ଖାଲି ମଥା ଖାଲି ହାତ ।
ଅଜାଆଈ ହେଲେ ଜେଜେ ଜେଜୀମା
ଜେଜେଜେଜୀ ଅଜାଆଈ
ମାମୁଁ ଘର ଖାଲି ପିଲା ଜାଣୁଅଛି
ନିଜ ଲୋକ ଜାଣୁ ନାହିଁ ।
ମାମୁଁ ଘର ଲୋକ ଆସିଲେ ଘରକୁ
ମନେ ଅପାର ଆନନ୍ଦ
ଦେଖି ନିଜ ଲୋକ ମାଡୁଅଛି କାନ୍ଦ
ସବୁଆଡେ ନିରାନନ୍ଦ ।
ଈଶ୍ୱର ପୂଜନ ଗୁରୁଜନଙ୍କୁ ପ୍ରଣାମ
ଇଂରାଜୀ ଶିଖାଏ ନାହିଁ
ହାଏ ବାଏ ହେଲୋ ହାତ ମିଳାଇଲେ
ସମ୍ମାନଟା ବଢୁଥାଇ ।
ମହାମାରୀ ଯେତେ ଶିକ୍ଷା ଦେଇଗଲା
ମାନବ ଏବେ ବି ଯୁଝେ
କେତେ ମହାମାରୀ ଆସିବ ଏମିତି
ମୂର୍ଖ ମାନବ କି ବୁଝେ ।
ନିଜ ପ୍ରଦେଶରେ ନିଜ ମାତୃଭାଷା
ବାଧ୍ୟତାମୂଳକ ହେଲେ
ଦିବସ ପାଳନ ହୁଅନ୍ତାନି ଲୋଡ଼ା
ଦୁଃଖ ରୁହନ୍ତାନି ତିଳେ ।
ମୋ କଥା କହିବି ମୋର ଭାଷା ପ୍ରୀତି
ରହିଛି ସଦା ରହିବ
ଯିଏ ଯାହା କରୁ ମୋର କିବା ଯାଏ
ମୁଁ ତ କରୁଛି ଗର୍ବ ।
