ମୋ ପବିତ୍ର ଭାରତ ଭୂମି
ମୋ ପବିତ୍ର ଭାରତ ଭୂମି
ତପୋଭୂମି ମୋ ଭାରତ ବର୍ଷ
ସବୁରି ମନେ ଭରେ ହରଷ
ମୁନି ଋଷିଙ୍କ ଅଟେ ନିବାସ
ତପୋଭୂମି...
ଧନ୍ୟ ମୋ ଦେଶର କୃଷକ
ଧନ୍ୟ ମୋ ଦେଶର ସୈନିକ
ଧନ୍ୟ ମୋ ଦେଶର କୃଷକ
ଜନମ ନେଇ ବୀର ସଂଗ୍ରାମୀ
ସ୍ୱାଧୀନତା ଦେଇ ରଖିଲେ ଯଶ
ସେମାନେ ଆମ ଗର୍ବ ଗୌରବ
ତପୋଭୂମି....
ସାର୍ବଭୌମ ଗଣତାନ୍ତ୍ରିକ
ରାଷ୍ଟ୍ର ଅଟଇ ମୋ ଭାରତ
ସାର୍ବଭୌମ...
ଆମ ଐତିହ୍ୟ ଆମ ସଂସ୍କୃତି
ବ୍ୟାପି ଚାଲିଛି ଯାହାର ଖ୍ୟାତି
ଦେଶ ହେଉ କି ହେଉ ବିଦେଶ
ତପୋଭୂମି...
ଶାନ୍ତି ମୈତ୍ରୀ ଏକତା ପାଇଁ
ବିଶ୍ଵଗୁରୁ ମୋ ଭାରତ ଭୂଇଁ
ଶାନ୍ତି ମୈତ୍ରୀ...
ବହୁଛି ଗଙ୍ଗା ଉଡେ ତ୍ରିରଙ୍ଗା
ପବିତ୍ର ମାଟି ସ୍ନେହରେ ରଙ୍ଗା
ଶ୍ରୀଜଗନ୍ନାଥ ବିଶ୍ୱ ପୂଜିତ
ତପୋଭୂମି...
