STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ମୋ ପବିତ୍ର ଭାରତ ଭୂମି

ମୋ ପବିତ୍ର ଭାରତ ଭୂମି

1 min
197


ତପୋଭୂମି ମୋ ଭାରତ ବର୍ଷ

ସବୁରି ମନେ ଭରେ ହରଷ 

ମୁନି ଋଷିଙ୍କ ଅଟେ ନିବାସ

ତପୋଭୂମି...


ଧନ୍ୟ ମୋ ଦେଶର କୃଷକ

ଧନ୍ୟ ମୋ ଦେଶର ସୈନିକ

ଧନ୍ୟ ମୋ ଦେଶର କୃଷକ 

ଜନମ ନେଇ ବୀର ସଂଗ୍ରାମୀ

ସ୍ୱାଧୀନତା ଦେଇ ରଖିଲେ ଯଶ 

ସେମାନେ ଆମ ଗର୍ବ ଗୌରବ

ତପୋଭୂମି....


ସାର୍ବଭୌମ ଗଣତାନ୍ତ୍ରିକ

ରାଷ୍ଟ୍ର ଅଟଇ ମୋ ଭାରତ

ସାର୍ବଭୌମ...

ଆମ ଐତିହ୍ୟ ଆମ ସଂସ୍କୃତି

ବ୍ୟାପି ଚାଲିଛି ଯାହାର ଖ୍ୟାତି

ଦେଶ ହେଉ କି ହେଉ ବିଦେଶ 

ତପୋଭୂମି...


ଶାନ୍ତି ମୈତ୍ରୀ ଏକତା ପାଇଁ

ବିଶ୍ଵଗୁରୁ ମୋ ଭାରତ ଭୂଇଁ

ଶାନ୍ତି ମୈତ୍ରୀ...

ବହୁଛି ଗଙ୍ଗା ଉଡେ ତ୍ରିରଙ୍ଗା

ପବିତ୍ର ମାଟି ସ୍ନେହରେ ରଙ୍ଗା

ଶ୍ରୀଜଗନ୍ନାଥ ବିଶ୍ୱ ପୂଜିତ 

ତପୋଭୂମି... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational