STORYMIRROR

banaja nandini mishra

Abstract Inspirational

4  

banaja nandini mishra

Abstract Inspirational

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
242

ସ୍ୱାଧୀନତା ପରେ 

ସମ୍ବିଧାନ ଦେଲ 

ସ୍ୱତନ୍ତ୍ର ହୋଇଛୁ ଆମେ. 

ଗଣତନ୍ତ୍ର ଦେଶ ଆମ ପରିଚୟ 

ସେହି ଦେଶ ନାଗରିକ ଆମେ 

ବାବା ସାହେବ ଆମ୍ବେଦକର ହେ 

ତୁମକୁ ଦେଶ ପ୍ରଣମେ ।1


ଶାସକ, ଶାସନ ସବୁତ ଆମେରେ 

ଆମେ ତ ପୁଣି ଶାସିତ. 

ସମ୍ବିଧାନର ସୁରକ୍ଷା ଆମରି କର୍ତ୍ତବ୍ୟ

ଆମେ ହେବାନି କେବେ ଶୋଷିତ. 

ଦେଶ ହେଉଅଛି ବିକଶିତ...।2


ଭାରତୀୟ ଆମେ, 

ଜାତି, ଧର୍ମ ନିର୍ବିଶେଷେ 

ନ୍ୟାୟ, ସମାନତା, ସ୍ୱତନ୍ତ୍ରତା 

ବନ୍ଧୁତା ପୁଣି ମାନବିକତାକୁ ନେଇ 

ମରିଥାଏ ଆଉ ବଞ୍ଚେ.... ।3


ଧନ୍ୟ ହେ ସୈନିକ 

ଧନ୍ୟ ହେ କୃଷକ 

ଧନ୍ୟ ତୁମେ ବୈଜ୍ଞାନିକ. 

ଈଶ୍ୱର ସର୍ବଦା ସହାୟ ହୁଅନ୍ତୁ 

କଷ୍ଟ ସହି ରଖୁଅଛ ଦେଶ ଟେକ..।4


ବିଶ୍ୱର ବୃହତ ସମ୍ବିଧାନ ଆମ 

କେହି ନାହିଁ ତାର ସମକକ୍ଷ. 

ସ୍ୱାର୍ଥର ପଥର ତଳେ ନରହୁ 

ଆମ ଗଣତନ୍ତ୍ର ଦେଶ... ।5


ଆମ ସମ୍ବିଧାନ 

ଅଟେ ଆମ ମାନ 

ଦେଇ ଦେଶକୁ ସମ୍ମାନ. 

ସେହି ମାନର ଟେକ କୁ 

ରଖି ଆମେ ସବୁ

କରୁ ଆମକୁ ଶାସନ 

ଜୀବନ ହୋଇଛି ଧନ୍ୟ....।6



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract