STORYMIRROR

banaja nandini mishra

Others

3  

banaja nandini mishra

Others

ପ୍ରଣିପାତ ମା 🙏*************

ପ୍ରଣିପାତ ମା 🙏*************

1 min
194


ନମସ୍ତେ ମା ମହାଲକ୍ଷ୍ମୀ ଶ୍ରୀହରିପ୍ରିୟା

ବିପଦରେ ତୋ ସଂସାର କର ଟିକେ ଦୟା

ମାଗୋ ଅନ୍ନପୂର୍ଣ୍ଣା ଧନ ରତ୍ନ ମୁଁ ଚାହେଁନା

ତୁମ ଚରଣରେ ସୁଖଶାନ୍ତି ମୋ କାମନା

ଅଜ୍ଞାନ ସନ୍ତାନ ମୁହିଁ ମା ତୁମେ ମୋର

ପାରିହେବି ତୋ ଆଶୀଷେ ସଂସାର ସାଗର

ତୋ ପାଦରେ ଗୁହାରି ମା ସାଗର ଦୁଲଣୀ

ସଂସାର ଯାତନା ଦୂରକର କମଳିନୀ

ସଂସାରରେ ଘୋଟିଅଛି ଆଧୁନିକ ଛାପ

ଆପଣାର ଭାବ ନାହିଁ ନୀଚ୍ଚ ମନୋଭାବ

ସଂକୁଚିତ ହୋଇଅଛି ଦୟା କ୍ଷମା ପ୍ରେମ

ବିକୃତ ଆଜି ମସ୍ତିଷ୍କ ସ୍ୱାର୍ଥର ଶାସନ

ଅହଂକାରକୁ ମଣିଷ ନିଜ ସାଥୀ କରି

ପିୟୁଷ ବଦଳେ ମନୁ ବିଷ ଯାଏ ଝରି

ଅନ୍ତରେ ଜ୍ୱଳନ ଆଜି ଲୁହ ମୂଲ୍ୟହୀନ

ମିଛ ଅଭିନୟେ ଖାଲି ବିତୁଛି ଜୀବନ

ଚାରିଆଡେ ଉଡୁଅଛି ସନ୍ଦେହର ଝୁଲ

ଅସହ୍ୟ ବ୍ୟଥା ଯନ୍ତ୍ରଣା କରେ କଲବଲ

କଣ୍ଟକିତ ପଥ ଆଜି ଜୀବନଟା ଦୁଃସ୍ଥ

ଚାରିଆଡେ ତ ଅନ୍ଧାର ସ୍ବପ୍ନ ଉପେକ୍ଷିତ

ତଥାପି ମା ଦିସୁଅଛି ଆଶାର କିରଣ

ଝରି ପଡ଼ୁ ମୋ ମା'ର କରୁଣା କୁସୁମ

ଜଗତ କଲ୍ୟାଣୀ ମା ଘେନ ପ୍ରଣିପାତ

ଶରଣ ତୋ ଶ୍ରୀପୟରେ ଦିଅ ଆଶୀର୍ବାଦ

କ୍ରୋଧ କରିବନି ତୁମେ ମା କ୍ଷମାମୟୀ

ମଥାପରେ ଥାଉ ତୁମ ପଦ୍ମହସ୍ତ ଦୁଇ ।


Rate this content
Log in