STORYMIRROR

banaja nandini mishra

Others

3  

banaja nandini mishra

Others

ଗଣିତ

ଗଣିତ

1 min
158



ଶ୍ରେଷ୍ଠ ଗଣିତ ବିଶାରଦ

ପ୍ରିୟ ଶ୍ରୀନିବାସ ରାମାନୁଜ

ଗଣିତ ପାଇଁ ଅହେତୁକ ଦୁର୍ବଳତା

ଏମିତି ପାଗଳ କଲା ଯେ 

ଜଟିଳ ଗଣିତର ସହଜ

ସରଳ ସମାଧାନ କରୁକରୁ

ନିଜ ଜୀବନ ଗଣିତ କଷିବାରେ ଅସଫଳ ହୋଇ ଦୁଃଖକଷ୍ଟରେ 

ଶରୀର ଅସୁସ୍ଥତା ଯନ୍ତ୍ରଣାରେ 

 ମାତ୍ର 33 ବର୍ଷ ବୟସରେ

କରିଦେଲ ଦେହତ୍ୟାଗ...

ଜୀବନ ଗଣିତ କେବେ ସରଳ ଥାଏ 

କେବେ କଷ୍ଟଦାୟକ ଜଟିଳ ହୁଏ 

ଵିନ୍ଦୁରୁ ଆରମ୍ଭ ହୋଇ

କେବେ ସରଳ କେବେ ବକ୍ର ରେଖା

ଷଡ଼ ରିପୁର ଆୟତରେ 

ସୁଖ ଦୁଃଖର ସଂଯୋଗରେ

ଜୀବନ ଦୋଛକିରେ

ଆନନ୍ଦ ଯନ୍ତ୍ରଣାର ଗୁଣନରେ 

ଧୈର୍ଯ୍ୟ ସାହସରେ ବିୟୋଗ କରି 

ଗଡିଚାଲୁଥିବା ସମୟ ଭାଜକ ହୋଇ

ବଢ଼ି ବଢ଼ି ଚାଲୁଥିବା ବୟସ ଭାଜ୍ୟ

କମି ଯାଉଥିବା ପରମାୟୁକୁ ନେଇ

 କାଳ କାହା ଜୀବନ ଗଣିତକୁ 

ଅଛିଣ୍ଡା ରଖେ ନାହିଁ

ଜୀବନ ଗଣିତକୁ ସହଜ ହେଉ କିବା

ଜଟିଳ ସୂତ୍ରରେ ଛିଡାଇ ଦେଇ 

କର୍ମ ଅନୁସାରେ ଭାଗଫଳ ଧରାଇ 

ଶୂନ ମିଳୁଥିବା ଭାଗଶେଷରେ

ସହଜ ସମାଧାନ କରିଦେଇ

ଉଦିତ ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ପରି 

ଜୀବନର ମୂଲ୍ୟବୋଧ ବୁଝାଇଦିଏ



Rate this content
Log in