STORYMIRROR

banaja nandini mishra

Inspirational

4  

banaja nandini mishra

Inspirational

ମାତା ଦ୍ରୌପଦୀ

ମାତା ଦ୍ରୌପଦୀ

1 min
406


ଦ୍ୱାପର ଯୁଗରେ ପାଞ୍ଚାଳ ଦେଶରେ

କେଉଁ ଏକ ମୁହୂର୍ତ୍ତରେ

ଯଜ୍ଞରୁ ଜନ୍ମ ହୋଇ

ଦ୍ରୌପଦଙ୍କ କୋଳ ମଣ୍ଡନ କରିଥିବା

ମାତା ଯାଜ୍ଞସେନୀ

ଯିଏ କି ସାରାଜୀବନ ଦୁଃଖ ସହିଲେ

ସ୍ୱୟମ୍ବରରେ ଜିତିଥିବା

ମଧ୍ୟମ ପାଣ୍ଡଵଙ୍କୁ ପତି ରୂପେ

ପାଇ ମଧ୍ୟ ସମ୍ପୂର୍ଣ୍ଣ ପାଇନଥିଲେ

ପରିସ୍ଥିତିର ଚାପରେ ପାଞ୍ଚପତିଙ୍କୁ

ବରଣ କରିନେଲେ

ଭରସା ଆଉ ବିଶ୍ୱାସର କଳସ

ସେହି ପାଞ୍ଚପତିଙ୍କ ଆଖି ସାମ୍ନାରେ

କୁରୁସଭାରେ କୁଳବଧୂଙ୍କର

ହୋଇଥିଲା ବସ୍ତ୍ର ହରଣ

ଭୋଗିବାକୁ ପଡିଲା ବନବାସ

ତାସହିତ ଅଜ୍ଞାତବାସ

ଆରମ୍ଭ ହେଲା ମହାଭାରତ

ଧର୍ମଯୁଦ୍ଧ ହୋଇ ମଧ୍ୟ ହରାଇଦେଲେ

ନିଜର ସମସ୍ତ ଅବୋଧ ସନ୍ତାନ

ସେତିକିରେ ଦୁଃଖ ସରିଲାନି

ଯେଉଁ ଧର୍ମପୁରୁଷଙ୍କ ଧର୍ମ ରକ୍ଷାକରି

ପାଞ୍ଚପତିଙ୍କୁ ବରଣ କରିଥିଲେ

ସ୍ବଦେହରେ ସ୍ଵର୍ଗାରୋହଣ ବେଳେ

ପ୍ରଥମେ ଖସି ପଡ଼ିଥିବା ପତ୍ନୀଙ୍କୁ

ଫେରି ନଚାହିଁବାକୁ ନିର୍ଦ୍ଧେଶ ଦେଲେ

ନିଜ ସାନ ଭାଇ ମାନଙ୍କୁ 

ସେହି ଧର୍ମ ଯୁଧିଷ୍ଠି

କେଉଁ ଅପରାଧ ସେ କରିଥିଲେ ଯେ

ଛାତିରେ ଛାତିଏ କୋହ

ଆଉ ସବୁ ଦୁଃଖକୁ ଚାପି ରଖି

ଭଗବାନ କୃଷ୍ଣଙ୍କ ନିର୍ଦେଶରେ

କରିଥିଲେ ଧର୍ମ ସଂସ୍ଥାପନ

ଏବେ କଳି ଯୁଗର ମାଆ ଦ୍ରୌପଦୀ

କେଉଁ ଶୁଭ ମୁହୂର୍ତ୍ତରେ

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରେ

ଏକ ଅଖ୍ୟାତ ପଲ୍ଲୀରେ

ସରଳ ନିରୀହ ଆଦିବାସୀ ଗୃହରେ

ପିତାମାତାଙ୍କ କୋଳ ମଣ୍ଡନ କରି

ବାଲ୍ୟକାଳୁ ଅନେକ ଅସୁବିଧା 

ଅଭାବ ଅନାଟନ ମଧ୍ୟରେ

ଉଚ୍ଚଶିକ୍ଷା ଲାଭ କରି

>ଶିକ୍ଷୟିତ୍ରୀରୁ ଜୀବନ ଆରମ୍ଭ କରି

ସମାଜ ସେବା ରାଜନୀତି ଯାଏଁ

ସବୁଠି ସଫଳତା ପାଇ ମଧ୍ୟ

ଦୁଃଖ କେବେ ପାଖ ଛାଡ଼ିନାହିଁ

ସେ ବି କମ ଦୁଃଖ ଚାପି ରଖିନାହାନ୍ତି

ନିଜ ଅନ୍ତର ଭିତରେ 

ଜଣେ କନ୍ୟା ଦୁଇ ଦୁଇଟି ପୁତ୍ର

ଆଉ ସାରାଜୀବନ ସାଥୀ ହେବାର

ପ୍ରତିଶୃତି ଦେଇଥବା ପତିଙ୍କୁ

ଅକାଳରେ ହରାଇବାର

ଅବ୍ୟକ୍ତ ବେଦନାକୁ ସହି ଯାଇ

ଅସରନ୍ତି ଆଖିର ଲୁହକୁ

ହସ ହସ ଓଠରେ ପିଇ

ଅକଳ୍ପନିୟ କୋହକୁ ଲୁଚେଇ

ଆଗକୁ ଚାଲିଛନ୍ତି ସିନା

କେବେ ଭାଙ୍ଗିପଡି ନଥିବା 

ହାରି ଯାଇନଥିବା

ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ

ଆଜି ଦେଶର ସର୍ବୋଚ୍ଚ ଆସନରେ

ଅଧିଷ୍ଠିତ ହେବାକୁ ଯାଉଥିବା

ପ୍ରଥମ ନାଗରିକ ଆମ ଗୌରବ

ଆମ ଜାତି ଦେଶର ଟେକ

ଛୁଟୁ ଅଛି ମଲ୍ଲୀର ମହକ

କିଏ ଜାଣେ ତାଙ୍କ ଜନ୍ମର ଉଦେଶ୍ୟ

ଦ୍ୱାପରରେ କୃଷ୍ଣଙ୍କ ସଖି କୃଷ୍ଣା

ଧର୍ମ ସ୍ଥାପିବା ପରି

କଳିର କେଉଁ କୃଷ୍ଣଙ୍କ ସଖି ହୋଇ

ଆମର ଗର୍ବ ମାଆ ଦ୍ରୌପଦୀ ମୁର୍ମୁ 

ଆଣିଦେବେ ନିଶ୍ଚୟ ପରିବର୍ତ୍ତନ

ତୁମେ ଏକା ଜାଣ ହେ ଚକାନୟନ

ରହୁ ଆଶୀର୍ବାଦ ତୁମ 

ବ୍ୟାପି ଯାଉ ତାଙ୍କ ଖ୍ୟାତି

ବଢିଯାଉ ଦେଶର ସମ୍ମାନ

କର ହେ କଲ୍ୟାଣ

ବିଶ୍ୱସାରା ତାଙ୍କ ପରିଚୟେ

ପରିଚିତ ହେଉ ଦେଶ

ରାଜ୍ୟ ହେଉ ପ୍ରଶଂସାରେ ପୂର୍ଣ୍ଣ

ସମସ୍ତେ କୁହନ୍ତୁ ଜୟ ଜଗନ୍ନାଥ

ଜୟ ମାଆ ଭାରତୀ

ଜୟ ଜୟ ଓଡିଶା

ଧନ୍ୟ ତାଙ୍କ ପିତାମାତା ଧନ୍ୟ 

ଜୟ ପୁଣ୍ୟ ଶ୍ରୀକ୍ଷେତ୍ର ଧାମ

ଜୟ ପୁଣ୍ୟ ଶ୍ରୀକ୍ଷେତ୍ର ଧାମ ।


Rate this content
Log in

Similar oriya poem from Inspirational