ଅଲିଭା ଗାର
ଅଲିଭା ଗାର


ଲେଖାଯାଏ ଗାଥା ପ୍ରାରମ୍ଭ ଜୀବନେ ବାଲି ଗାରରେ,
ଆଙ୍କିିଦିଏ ସ୍ୱପ୍ନ ସୁନେଲି ସ୍ୟାହି କୈଶୋର ଉଡନ୍ତା ମନରେ।
କହିିିଚାଲେ କାହାଣୀ ଯୌବନରୁ ନିିିହାଣ ଧାର ହୃଦୟ ଅଜାଣତରେ।
ଲହୁ ଯଦି ଟାଣିଦିଏ କ୍ଷତର ଗାର ଜୀବନ ଅଜଣା ପ୍ରହରେ,
ଆସନ୍ତି କିିିଛି ସାଥୀ ଧୋଇବାକୁ ସେ ଗାର ହସର ଲୁହରେ।
ବାଲିଘର କାହାଣୀ ସବୁ ଛପି ରହି ଯାଏ ମାନସପଟରେ,
ଜୀବନର ମାନେ ନ ବୁଝି ଯେବେ ସାଉଁଟି
ଲେପିଥିଲେ ହସଲୁହର ଧୂଳିକୁ ଦେହରେ ,
ସେ ମାଟି ଏବେବି ଲାଗିଛି ହାତ ପାପୁଲି ଗୁଡାକରେ ...
ବଢି ଆସେ ସେ ହାତ ଯେବେ ବି ଖୋଜେ ଆଣ୍ଠେଇବା
ସ୍ଥିତିରେ।
ସମ୍ଭାଳି ନିଅନ୍ତି ମଜଭୂତ ବାହୁ ଭ୍ରୃକ୍ଷେପ ନ କରି ଝଡକୁ ,
ଭୟ ଶଙ୍କା ଉଭେଇଯାଏ ଦେଖି ସେ ବାହୁର ଉଦ୍ଦାମତାକୁ।
ଭୁଲେନା ମନ ପିଜୁୁଳିଖଣ୍ଡକୁ ବାଣ୍ଟି ଖାଇଥିବା ସାଥି ଗୁୁଡାକୁ।
ଆବେଗର ଆବିିିଳତା ସେ ତ ଆକାଶଠୁ ବି ଉଚ୍ଚ ।
ଗହନ ବନସ୍ଥ ଝର ପୟ ଠାରୁ ବି ଅଧିକ ସ୍ୱଚ୍ଛ ।
ସାମାନ୍ୟ ଆଶ୍ୱାସନା ଭୂଜ ଦିଏ ଗଭୀର ଉଷ୍ମତା।
ରକ୍ତ ସମ୍ପର୍କ ବିନା ବି, ଇଏ କି' ବିଚିତ୍ରତା !
ଚାଲୁଥାଉଁ କାହିଁ ଦୁନିଆଁ ଅଲଣା ଚିନ୍ତାକୁ ଜାବୁଡି ଧରି?
ନଚଢି ଘୋଡା ସବୁୁୁଜ ସ୍ମୃତିର, ବାଲିିିଘର ସାଥୀକୁ ସବାର କରି?
ଜୀବନେ ଭରି ସୁନେଲି ତାରକା ,ଚିିିନ୍ତନ ସନ୍ତୁଳନ କରି।
ସମୟ ଭୁଲାଇ ଉନ୍ମାଦନା ଏତେ ଭରିବ ଯେ ସିଏ,
ହାସ୍ୟ କ୍ଲବକୁ ଯିବ ବା କାହିଁକି କିିଏ ?
ସହଜ ଖୁସିର ଗାଡିିରେ ବୁଲିବା ସବୁ ଯେତେକୁ ସେତେ ,
କନ୍ଦାଇବାର ଷଡଯନ୍ତ୍ର କରୁଥାଉ କାଳ ପାରୁଛି ଯେତେ।
ଓଠରେ ହସ ରହିଥିିିଲେ ଲାଖି,
ଲୁହକୁ ନିିିଶ୍ଚେ ମନା କରିଦେବ ଆଖି।
ସଂସାର ନିୟମ ବନ୍ଧନେ ପୀଡିତ ସମୟଚକ୍ର ନିିିରିମାଖି।
ଅଭୂଲା ମୁହୁର୍ତ୍ତ ତକ ଖାଲି ଘୁରି ବୁଲେ ମୁକ୍ତାକାଶେ ।
ନ ଧରିବା ଯଦି ଆଜି କଟିିିବ ସାରା ଜୀବନ ଅବଶୋଷେ।