STORYMIRROR

Bharatabandhu Biswal

Inspirational Others

3  

Bharatabandhu Biswal

Inspirational Others

ମନ ଦେଇ କର ପାଠ

ମନ ଦେଇ କର ପାଠ

1 min
216


ମନ ଦେଇ ଭଲକରି କର ପାଠ ହେ ପଣ୍ଡିତପୁଅ 

କାବ୍ୟ ଶାସ୍ତ୍ର ପୁରାଣ ବା ନୀତିଶାସ୍ତ୍ର ତୁମ ପାଞ୍ଜିପୋଥି,

କାହିଁକି ଏ ଜୀବନର ରାଜରାସ୍ତା

ପାଲଟୁଛି ମରଣର ଯନ୍ତା

ଜ୍ଞାନ ନାମେ ଘୋଟିଯାଏ ଅଜ୍ଞାନ ଅନ୍ଧାର

ମୋଡିମାଡି ଜୋକ ପରି ରହୁଛନ୍ତି ବୁଦ୍ଧି ଓ ବିବେକ

ପାଠ ଆଉ ପ୍ରୟୋଗରେ ଆକାଶ ପାତାଳ ଭେଦ

ରହୁଅଛି ଏତେ ତ୍ରୁଟି 

ଦିନୁଦିନ ଫାଟସବୁ ବଢୁଛି କାହିଁକି ?


ଦିବ୍ୟ ଅସ୍ତ୍ର ସତ୍ୟ ନ୍ୟାୟ ବିଧି ଓ ବିଧାନ

କାହିଁକି ବା ହୋଇଯାଏ ଅକାମୀ ଦୁର୍ବଳ,

ରଜାମାନେ ହୋଇଯାନ୍ତି ରଙ୍କ

ରଙ୍କମାନେ ରଜାପରି ବଞ୍ଚିବାକୁ ହେଉଥାନ୍ତି

ଅହରହ ଅଧୀର ପାଗଳ,

ହାତପାତି ଭିକମାଗେ କୋଟିପତି

ନାମମାତ୍ର ଦରିଦ୍ରଟି ତୋଳିଦିଏ ବିଳାସର

କୋଠା ବହୁତଳ,

ସେବାନାମେ ଦିବାଲୋକେ ଚାଲେ ଲୁଟପାଟ

ଖୋସିହୁଏ ଆଖିଦେଖି ଦଉଲତଧନ

ନାମିଦାମୀ ଗାଡିଘୋଡା 

ବହୁମୂଲ୍ୟ ରତ୍ନ ଅଳଙ୍କାର ।


ଆଖିଖୋଷି ଦରମଲା ଜନଗଣ

ଏ ମଣିଷ ଭାଗ୍ୟର ବିଧାତା,

ବଡ଼ବଡ଼ ପ୍ରସ୍ତରର ତଳେ ଭାଗ୍ୟ ତାର ବ୍ୟତୀବ୍ୟସ୍ତ

ଧକଉଛି ଅଣଚାଶ ସୁନ୍ଦର ସାହିତ୍ୟ,

ପ୍ରବଚନେ ସାମ୍ୟମୈତ୍ରୀ ସ°ରକ୍ଷଣ ଭେଦଭାବ

ମେଘନାଦ ଏ ପ୍ରାଚୀର କି ସ୍ୱ।ର୍ଥେ କାହିଁକି ?

ମାରିମାରି ମହାପାତ୍ରେ ବାଣ୍ଟିଲେ ଛତର

ସପନର ବିକାଶ ହୁଏକି ?

ଘରଢିଙ୍କି ଯେଉଁଠି କୁମ୍ଭୀର

କାଠିକର ବୋଧହୁଏ ଲଗାମ ଅଙ୍କୁଶ

ହେଉଥିବ ବୃଦ୍ଧି ଖାଲି ପାପ କଳମୁଷ

ଜୀଇଥାଉ ମରିବାକୁ ବାଧ୍ୟ ଏଠି

ନିରୀହ ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational