Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ପାଞ୍ଚବର୍ଷ ଚୁପ୍

ପାଞ୍ଚବର୍ଷ ଚୁପ୍

1 min
252



ଆହେ ଜ୍ଞାନି ଗୁଣି ଜନସାଧାରଣ

ଆହେ ଗ୍ରାମ ଦେଶବାସୀ l

ପାଆଁଶ ଟଙ୍କାରେ ମୁଣ୍ଡ ବିକି ଦେଇ

ହୁଏ କାହିଁ ବେଶୀ ଖୁସି ll(1)


ପାଞ୍ଚ ବର୍ଷ ଯାକ ପାଟି ନ ଖୋଲିବ

ମୁହଁରେ ଲାଗିଲା ତୁଣ୍ଡି l

ପାଆଁଶ ଟଙ୍କାରେ ଭଅଟ ବିକିଲ

ଆହେ ଭାଇ ହୁଣ୍ଡା ହୁଣ୍ଡୀ ll2


ଲାଗିଲା ଆଜିଠୁ ମୁହଁରେ ତୁମର

ପାଆଁଶ ଟଙ୍କିଆ ତୁଣ୍ଡି l

କରିଲେ ମିନତୀ ଶୁଣିବ କିଏଟି

ପିନ୍ଧୁଥିଲ କାହିଁ ତୁଣ୍ଡି ll3


ତୁଣ୍ଡି ଖୋଲିବାକୁ ପ୍ରୟାସ କରିଲେ

ଖୋଲିବନି ପାଞ୍ଚ ବର୍ଷ l

ପାଞ୍ଚ ବର୍ଷ ଯାକ ଦେଖୁ ଥିବ ଖାଲି

ଗଣୁଥିବ ମାସ ବର୍ଷ ll4


ତୁଣ୍ଡିର ମୂଲ୍ୟ ତ ସୁଧ ମୂଳ ଦେବ

କର ଦେବ ଖାଲି ଚାଲି l

ପାଆଁଶ ବଦଳେ ପାଞ୍ଚ ଲକ୍ଷ ଦେବ

କେମିତି ଯାଉଛ ଭୁଲି ll5


ବଢୁଛି ପେଟ୍ରୋଲ ବଢିବ ଡିଜେଲ

ତୁମରି ସଭିଙ୍କ ପାଇଁ l

ପାଆଁଶ ପାଖରେ ମୁଣ୍ଡ ବିକି ଦେଇ

ଲାଙ୍ଗୁଡ଼ ଯାକ କିମ୍ପାଇ ll6


ଜନତାର ବଳେ ନେତାଏଁ ଯେତକ

ହୋଇଛନ୍ତି ପ୍ରତିନିଧି l

ଜନତା ଆମର ପାଆଁଶ ପାଖରେ

ହୁଅନ୍ତି ଭାଇ ସମାଧି ll


Rate this content
Log in