Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshaya Kumar Moharana

Inspirational

3  

Akshaya Kumar Moharana

Inspirational

ଆଖି

ଆଖି

1 min
163


ଦେଖି ଚକା ଆଖି ମନ ଯାଏ ଲାଖି

    ଛୁଇଁ ଚନ୍ଦନ ଅର୍ଗଳି

ଟେକି ଦେଲି ହାତ ମୁଖେ ଜଗନ୍ନାଥ

    ହରିବୋଲ ହୁଳହୁଳି ।   


ରଖ ବା ନରଖ ହେ ପ୍ରଭୁ ଶ୍ରୀମୁଖ

   ଅପଲକେ ଅଛୁ ଚାହିଁ

ପତିତପାବନ ନେତ ଥରେ ଦେଖ

   ତ୍ରିଭୂବନେ ଅଛି କାହିଁ ?   


ମୋ ପ୍ରାଣ ଜୀବନ ବାୟୁ ପ୍ରତିସମ

   ସପନେ ଦେଖେ ମୁଁ ନିତି  

କଳ୍ପ ତରୁ ମୂଳେ ଖେଳେ ସେ ପ୍ରତିମ

   ଖ୍ୟାତି ତବ ପ୍ରେମ ପ୍ରିତି ।


ମନ ମୋ ଅଶାନ୍ତି ରଜନୀ ପାହାନ୍ତି

   ନିଅ ବାରେ ତବ ପଥେ

ଯାଚି ଅନ୍ନ ଦ୍ୟନ୍ତି ହେ ବନ୍ଧୁ ମହାନ୍ତି

   ଡାକି ନିଅ ଥରେ ସାଥେ । 


ଚକା ଆଖି ବୋଲି ବିରାଜିତ ଯିଏ

   ସିଏ ତ ଦୁଇଟି ଶୂନ      

ଚନ୍ଦ୍ର ସୂର୍ଯ୍ୟ ପରି ଆତ ଯାତ ହୁଏ

  ମୋ ପାଇଁ କିଆଁ ମଉନ ?   


Rate this content
Log in

Similar oriya poem from Inspirational