STORYMIRROR

Akshaya Kumar Moharana

Inspirational

3  

Akshaya Kumar Moharana

Inspirational

କୈଳାସ ପତି

କୈଳାସ ପତି

1 min
197

ଆହେ କୈଳାସ ପତି

     ଘେନ ଭକ୍ତି ପ୍ରଣତି 

ସ୍ମରଣ କରି ମତି

    ମୋ ଆଶୁତୋଷ ପ୍ରିତି ।


ସତ୍ୟ ଶିବ ଯେ ଗତି

    କେଦାରନାଥ ଭକ୍ତି

 ପ୍ରାଣୀ ଜୀବନ ମୁକ୍ତି

     ଜଳୁଛି ମହାବତୀ   ।


ବଦ୍ରିନାଥ ମୋ ସାଥୀ

     ତ୍ରିନାଥ ନାମେ ଜ୍ୟୋତି

ଉଜାଗର ଏ ରାତି

     ନଉଁଛି ମୋର ମତି  ।


ଏତିକି ମୋ ମିନତି

     ଶିବାୟ ହେଉ ସ୍ମୃତି  

ଏ ମନ ଗଲା ଜିତି

    ସେ ଚନ୍ଦ୍ରଚୂଡ ପତି   ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational