Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

Akshaya Kumar Moharana

Inspirational


3  

Akshaya Kumar Moharana

Inspirational


ଜୟ ମା କାଳୀ

ଜୟ ମା କାଳୀ

1 min 160 1 min 160

ଆହା କି ସୁନ୍ଦର ପୁଳି, 

    ଭୋଗ ଅଟେ ତୋର ଥାଳି

କର୍ପୂର ଆଳତି ଭଳି,

    ଅଞ୍ଜଳିରେ  ଚମ୍ପା କଳି ।


ଫୁଲ ହାର ଦିଅନ୍ତି ମାଳି, 

    ମାଆ ତୁମେ ରଖ ଏ ପାଳି

ଦୁଃଖ କଷ୍ଟ ଯାଉ ଟଳି,

    ହିଂସା କ୍ରୋଧ ଦିଅ ଜାଳି ।


ହସର ଝରୁ ଶେଫାଳି,

     ବନ୍ଦୁଅଛି ମାଟି ଦିପାଳି

ତୁରଙ୍ଗ ଯେ କାଳି ଧଳି,

     ଶୋଭୁ ରାତ୍ର ଦୀପାବଳି ।


ସମବେତ ହୁଳ ହୁଳି,

     ବାଜି ଉଠୁ କରତାଳି

କାଉଁରିଆ କାଠି ଜାଳି,

      ବଡବଡୁଆ ଯେ ଚଳି ।


ହୃଦୟ ପୂରୁ ଉଛୁଳି,

      ଆନନ୍ଦରେ କୋଳାକୋଳି,

ଦିଅଁ ଦରସନ ପାଳି,

     କରୁଅଛୁ ମନ ବଳି ।


Rate this content
Log in

More oriya poem from Akshaya Kumar Moharana

Similar oriya poem from Inspirational