Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

Akshaya Kumar Moharana

Inspirational


3  

Akshaya Kumar Moharana

Inspirational


ଭଦ୍ରକାଳୀ

ଭଦ୍ରକାଳୀ

1 min 176 1 min 176

ବନ୍ଦୁଛି ମା ଭଦ୍ର କାଳୀ

      ନାରିକେଳ ଜଳ ଢାଳି ।


ଆହା କି ସୁନ୍ଦର ପୁଳି, 

    ଭୋଗ ଅଟେ ତୋର ଥାଳି ।


କର୍ପୂର ଆଳତି ଭଳି,

    ଅଞ୍ଜଳିରେ  ଚମ୍ପା କଳି ।


ଫୁଲ ହାର ଦି'ନ୍ତି ମାଳି, 

    ମାଆ ତୁମେ ରଖ ଏ ପାଳି ।


ଦୁଃଖ କଷ୍ଟ ଯାଉ ଟଳି,

    ହିଂସା କ୍ରୋଧ ଦିଅ ଜାଳି  ।


ହସର ଝରୁ ଶେଫାଳି,

     ବନ୍ଦୁଅଛି ମାଟି ଦିପାଳି ।


ତୁରଙ୍ଗ ଯେ କାଳି ଧଳି,

     ଶୋଭୁ ରାତ୍ର ଦୀପାବଳି ।


ସମବେତ ହୁଳ ହୁଳି,

     ବାଜି ଉଠୁ କରତାଳି  ।


କାଉଁରିଆ କାଠି ଜାଳି,

      ବଡବଡୁଆ ଯେ ଚଳି ।


ହୃଦୟ ପୁରୁ ଉଛୁଳି,

     ଆନନ୍ଦରେ କୋଳାକୋଳି ।


ଦିଅଁ ଦରସନ ପାଳି,

     କରୁଅଛୁ ମନ ବଳି   ।

 


Rate this content
Log in

More oriya poem from Akshaya Kumar Moharana

Similar oriya poem from Inspirational