ସତ୍ୟମ୍ ଶିବମ୍
ସତ୍ୟମ୍ ଶିବମ୍




ଆହେ ଭୋଳା ନାଥ ମୋର ସଦାଶିବ
ଚନ୍ଦ୍ରଚୂଡ କୁ ସୁମରି
ତୁମେ ସତ୍ୟ ତୁମେ ହିଁ ସୁନ୍ଦର,ଶିବ
ମୋହର ଘେନ ଗୁହାରି।
ତୁମ ବିନା ମୋର ନାହିଁ ଥୟ କୂଳ
ରଖ ଏ ଜୀବନ ରଥ
ଜୀବ ଜୀବନର ବନ୍ଧୁ ଅନାବିଳ
ଆହେ କେଦାର ନାଥ ।
ତୋର ଦୟା ବଳେ ହୋଇବି ପବିତ୍ର
ଆତ୍ମା କାନ୍ଦୁଛି ବ୍ୟାକୁଳ
ସଦାଶିବ ଦୃଶ୍ୟ ପାଉ ମୋର ନେତ୍ର
ଯାର ଅଙ୍ଗେ ହଳାହଳ ।
ଗଙ୍ଗା ପ୍ରବାହିତ ଯାର ଚୂଡା ଦେଶ
ଯାର ଅଙ୍ଗେ ଭସ୍ମ ଲେପ
ଅଟଇ ସେ ମୋର ପ୍ରଭୁ ଆଶୁତୋଷ
ଓଂ ନମଃ ଶିବାୟ ଜପ ।
ନୀଳକଣ୍ଠେଶ୍ଵର ଜାଳିବି ଜାଗର
ଉଜାଗର ରହୁ ପ୍ରାଣ
ଦୀପଟିଏଏହି ଜାଣ ମନ ମୋର
ପୁରିଛି ଜୀବନ ମାଣ ।