STORYMIRROR

Madhabi Patel

Inspirational

3  

Madhabi Patel

Inspirational

ହୃଦୟର ଶବ୍ଦ

ହୃଦୟର ଶବ୍ଦ

1 min
153


ଗହୀର ହୃଦୟ ମନ୍ଥନ ପରେ

ଝରିଆଏ ଯେଉଁଝର

ଶବ୍ଦରନାମେ ପ୍ରକାଶ ତାର

ଭାବପ୍ରେମ ଭରପୁର।


ମନର ଭାଷାକୁ ବଖାଣି ଦିଏସେ

ମାଧ୍ୟମଟେ ହେଇଯାଏ

ଅକୁହାକୁ ଶବ୍ଦ ବିନ୍ୟାସ ଦିଏ

ରୂପର ଆକାର ପାଏ।


ହୃଦୟ ଭିତରେ ରାଗ ଅନୁରାଗ

ହିଂସା ଘୃଣା ଆଲୋଚନା

ପ୍ରସ୍ଫୁୁଟିତ ହୁଏ ଶବ୍ଦର ମାଧ୍ୟମେ

ଯେବେ ହୁଏ ସଂବେଦନା।


ହୃଦୟର ଶବ୍ଦ ସତ୍ୟର ପ୍ରତୀକ

ଆବେଗରେ ବୋଳାଥାଏ

ଶାଳୀନତା ଭରା ମାଧୁର୍ଯ୍ୟର ଗୁଣେ

ରସଗ୍ରାହୀ ହେଇଥାଏ ।


ଶବ୍ଦ କରିପାରେ ଶତ୍ରୁକୁ ନିଜର

ହରିପାରେ ମନୁ ବ୍ୟଥା

ବାକ୍ୟଦେବୀଙ୍କର ସିଏ ଅନ୍ୟରୂପ

ନାଆଁ କେବେ ତା କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational